ଦଶମ ଓ ଦ୍ବାଦଶ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: SSC ପକ୍ଷରୁ ଖାଲିଥିବା ପଦବୀରେ ଆବେଦନ ପାଇଁ ଆଜି ଶେଷ ତାରିଖ

ନୂଆଦିଲ୍ଲୀ: ସରକାରୀ କ୍ଷେତ୍ରରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଷ୍ଟାଫ୍ ସିଲେକସନ କମିଶନ (SSC)) ଲଦାଖର ୟୁନିଅନ୍ ଟେରିଟୋରୀରେ ଥିବା ବିଭିନ୍ନ ବିଭାଗରେ ଅଣ-ଗେଜେଟେଡ୍ ପୋଷ୍ଟ ପାଇଁ ଆବେଦନର ଆଜି ରହିଛି ଶେଷ ତାରିଖ। ଏହା ଜରିଆରେ ୭୯୭ଟି ପୋଷ୍ଟରେ ନିଯୁକ୍ତି ଦିଆଯିବ।  ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ୨୩ ମଇରେ ଆରମ୍ଭ ହୋଇଥିଲା।  ଯାହାର ଶେଷ ତାରିଖ ଆଜି ଅର୍ଥାତ୍ ୧୩  ଜୁନ୍ ରାତି ୧୧ ଟା ଯାଏ […]

ନୂଆଦିଲ୍ଲୀ: ସରକାରୀ କ୍ଷେତ୍ରରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଷ୍ଟାଫ୍ ସିଲେକସନ କମିଶନ (SSC)) ଲଦାଖର ୟୁନିଅନ୍ ଟେରିଟୋରୀରେ ଥିବା ବିଭିନ୍ନ ବିଭାଗରେ ଅଣ-ଗେଜେଟେଡ୍ ପୋଷ୍ଟ ପାଇଁ ଆବେଦନର ଆଜି ରହିଛି ଶେଷ ତାରିଖ। ଏହା ଜରିଆରେ ୭୯୭ଟି ପୋଷ୍ଟରେ ନିଯୁକ୍ତି ଦିଆଯିବ।  ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ୨୩ ମଇରେ ଆରମ୍ଭ ହୋଇଥିଲା।  ଯାହାର ଶେଷ ତାରିଖ ଆଜି ଅର୍ଥାତ୍ ୧୩  ଜୁନ୍ ରାତି ୧୧ ଟା ଯାଏ ରହିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.ssc.nic.in ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ। ଏହାର ପରୀକ୍ଷା ଅଗଷ୍ଟ ମାସରେ ହେବାର ସମ୍ଭାବନା ରହିଛି।  ପ୍ରାର୍ଥୀମାନେ ଜୁନ୍ ୨୯ ପର୍ଯ୍ୟନ୍ତ ସେମାନଙ୍କ ଆବେଦନରେ ପରିବର୍ତ୍ତନ କରିପାରିବେ।

ଯୋଗ୍ୟତା ଏବଂ ବୟସ ସୀମା :

ଦଶମ, ଦ୍ୱାଦଶରୁ ସ୍ନାତକୋତ୍ତର ପାସ୍ କରିଥିବା ପ୍ରାର୍ଥୀମାନେ ବିଭିନ୍ନ ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଏହି ପୋଷ୍ଟଗୁଡିକ ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ବିଷୟରେ କହିବାକୁ ଗଲେ ଏହା ୧୮  ରୁ ୪୨ ବର୍ଷ ରହିଛି। ବିଭିନ୍ନ ପୋଷ୍ଟ ଅନୁଯାୟୀ ବୟସ ସୀମା ଧାର୍ଯ୍ଯ କରାଯାଇଛି। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ ରହିଛି।

ଆବେଦନ ଶୁଳ୍କ:

ଏଥିପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି। ମହିଳା ପ୍ରାର୍ଥୀ, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଭିନ୍ନକ୍ଷମ ବ୍ୟକ୍ତି (PwD), ଏବଂ ପୂର୍ବତନ ସୈନିକ (ESM)ଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ୍ ଆବେଦନ ଦାଖଲ ପାଇଁ ଶେଷ ତାରିଖ: ୧୩ ଜୁନ୍

ଅନଲାଇନ୍ ଫି ଦେୟ ପାଇଁ ଶେଷ ତାରିଖ: ୧୫ ଜୁନ୍

ଅଫଲାଇନ୍ ଚାଲାଣ ସୃଷ୍ଟି କରିବାର ଶେଷ ତାରିଖ: ୧୬ ଜୁନ୍

About The Author: The Sakala