ଭୁବନେଶ୍ବର: ହକି ବିଶ୍ବକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର କମଲ ହାସନ । FIH ପୁରସ୍କାର ପାଇଁ ୫ଟି ସଚିବଙ୍କୁ କମଲ ହାସନ ପ୍ରଶଂସା କରିଛନ୍ତି । କ୍ରମାଗତ ଭାବେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛୁଛନ୍ତି ଓଡ଼ିଶାବାସୀ । ସଫଳ ନେତୃତ୍ବଙ୍କୁ ବାଛୁଥିବାରୁ ରାଜ୍ୟର ଭୋଟରଙ୍କୁ ପ୍ରଶଂସା କରୁଛି ଦେଶ । କମଲ ହାସନ କହିଛନ୍ତି ଦେଶର ରାଜନୈତିକ ସଂସ୍କୃତି ବଦଳୁଛି । ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବଦଳୁଛି ଦେଶର ରାଜନୈତିକ ସଂସ୍କୃତି ।
ଏଫ୍ଆଇଏଚ୍ ସଭାପତି ତୟାବ ଇକ୍ରାମ ଗତ ରବିବାର ଶ୍ରୀ ପାଣ୍ଡିଆନଙ୍କୁ ହକି କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍ ହକି ଫେଡେରେସନ୍ (ଏଫଆଇଏଚ୍) ପ୍ରେସିଡେଣ୍ଟ୍ ସମ୍ମାନରେ ସମ୍ମାନିତ କରିଥିଲେ। ‘୫-ଟି’ ସଚିବଙ୍କୁ ପ୍ରେସିଡେଣ୍ଟ୍ ଆୱାର୍ଡ ପ୍ରଦାନ କରି ଇକ୍ରାମ କହିଥିଲେ ଯେ, ବିଶ୍ୱସ୍ତରୀୟ ହକି ବିଶ୍ୱକପକୁ ସଫଳ ରୂପେ ଆୟୋଜନ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ମଧ୍ୟ ଅତୁଳନୀୟ। ତାଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ୍ ସମ୍ମାନ ପ୍ରଦାନ କରି ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ ମନେ କରୁଛି।
ଅନ୍ୟପକ୍ଷରେ ଏହି ସମ୍ମାନ ଗ୍ରହଣ କରି ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ, “ମୁଁ ଏହି ସମ୍ମାନସ୍ପଦ ପ୍ରେସିଡେଣ୍ଟ୍ ଆୱାର୍ଡ ଗ୍ରହଣ କରି ଯଥେଷ୍ଟ ଗୌରବ ଅନୁଭବ କରୁଛି। ତେବେ ମୁଁ ଏହି ସମ୍ମାନର ଏକମାତ୍ର ପ୍ରାପ୍ତକର୍ତ୍ତା ନୁହେଁ; ବରଂ ଏହି ଶ୍ରେୟ ପୂରା ଓଡ଼ିଶା ଟିମ୍ର ଓ ମୁଁ ଏହି ଟିମ୍ର ଜଣେ ପ୍ରତିନିଧି। ରାଜ୍ୟ ସରକାର ଏହି ବିଶ୍ୱକପ୍କୁ ସଫଳ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇଛୁ।”