ସୌମ୍ୟାଶ୍ରୀଙ୍କ ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା : ରାହୁଲ ଗାନ୍ଧୀ

ଭୁବନେଶ୍ବର : ବାଲେଶ୍ବର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲୋକସଭାର ବିରୋଧୀ ଦଳନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଆତ୍ମାହୂତି ଉଦ୍ୟମ ପରେ ଭୁବନେଶ୍ବର ଏମ୍‌ସରେ ଜୀବନ ସହ ସଂଗ୍ରାମ କରି କରି ଶେଷରେ ଗତକାଲି ବିଳମ୍ବିତ ରାତ୍ରୀରେ  ସୌମ୍ୟାଶ୍ରୀଙ୍କର ମୃତ୍ୟୁ ହୋଇଥିଲା। ସରକାର ଓ ପ୍ରଶାସନ ପାଖରୁ ନ୍ୟାୟ ଭିକ୍ଷାକରି ନ୍ୟାୟ ନପାଇ ଆଜି ଝିଅଟି ଆରପାରିକୁ ଚାଲିଯାଇଛି। ଯାହାକୁ ନେଇ ରାହୁଲ ଗାନ୍ଧୀ […]

ଭୁବନେଶ୍ବର : ବାଲେଶ୍ବର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲୋକସଭାର ବିରୋଧୀ ଦଳନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଆତ୍ମାହୂତି ଉଦ୍ୟମ ପରେ ଭୁବନେଶ୍ବର ଏମ୍‌ସରେ ଜୀବନ ସହ ସଂଗ୍ରାମ କରି କରି ଶେଷରେ ଗତକାଲି ବିଳମ୍ବିତ ରାତ୍ରୀରେ  ସୌମ୍ୟାଶ୍ରୀଙ୍କର ମୃତ୍ୟୁ ହୋଇଥିଲା। ସରକାର ଓ ପ୍ରଶାସନ ପାଖରୁ ନ୍ୟାୟ ଭିକ୍ଷାକରି ନ୍ୟାୟ ନପାଇ ଆଜି ଝିଅଟି ଆରପାରିକୁ ଚାଲିଯାଇଛି। ଯାହାକୁ ନେଇ ରାହୁଲ ଗାନ୍ଧୀ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ଏହା ଆତ୍ମହତ୍ୟା ନୁହେଁ , ବିଜେପି ବ୍ୟବସ୍ଥା ଦ୍ବାରା ସିଧାସଳଖ ହତ୍ୟା ବୋଲି କହିଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ରେ ରାହୁଲ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ,‘‘ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ହୋ‌ଇଛି। ଏହା ବିଜେପି ବ୍ୟବସ୍ଥା ଦ୍ୱାରା କରାଯାଇଥିବା ସିଧାସଳଖ ହତ୍ୟା ବୋଲି କୁହାଯାଇପାରିବ। ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୋଧରେ ସ୍ୱର ଉଠାଇଥିଲେ। କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା। ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗିଦେଲେ। ପ୍ରତ୍ୟେକ ଥର ପରି, ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଏକ ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବା ପାଇଁ ବାଧ୍ୟ କରିଦେଲା। ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା। ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର, ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ମରୁଛନ୍ତି। ଆଉ ଆପଣ? ଆପଣ ଚୁପ୍ ବସିଛନ୍ତି। ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଉତ୍ତର ଚାହେଁ। ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି।’’

About The Author: The Sakala