ସରକାରଙ୍କ ଦାୟିତ୍ୱହୀନତା, ଅପାରଗତା ଓ ବ୍ୟବସ୍ଥାରେ ସ୍ଥାଣୁତା ପାଇଁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହେଲା : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର : ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ନ୍ୟାୟ ନ୍ୟାୟ ପ୍ରଦାନରେ ବିଫଳତାକୁ ଜଳଜଳ କରି ଦେଖାଇଦେଉଛି। ଯୌନ ନିର୍ଯାତନା ଭଳି ସଙ୍ଗୀନ ଘଟଣାରେ ବି ରାଜ୍ୟ ସରକାରଙ୍କ ବ୍ୟବସ୍ଥା କିପରି ଜଣେ ଛାତ୍ରୀକୁ ଆତ୍ମାହୂତି ପାଇଁ ବାଧ୍ୟ କରିଥିଲା ତାହା ଆଜି ସାରା ଓଡ଼ିଶା ଦେଖୁଛି। ପ୍ରଥମେ ନ୍ୟାୟ ପାଇଁ ଆଉ ଏହାପରେ ଜୀବନ ଯୁଦ୍ଧରେ ସଂଗ୍ରାମ କରି କିପରି ସୌମ୍ୟାଶ୍ରୀ ହାରିଗଲା ତାହା ରାଜ୍ୟବାସୀଙ୍କୁ ବିଚଳିତ କରୁଛି। […]

ଭୁବନେଶ୍ବର : ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ନ୍ୟାୟ ନ୍ୟାୟ ପ୍ରଦାନରେ ବିଫଳତାକୁ ଜଳଜଳ କରି ଦେଖାଇଦେଉଛି। ଯୌନ ନିର୍ଯାତନା ଭଳି ସଙ୍ଗୀନ ଘଟଣାରେ ବି ରାଜ୍ୟ ସରକାରଙ୍କ ବ୍ୟବସ୍ଥା କିପରି ଜଣେ ଛାତ୍ରୀକୁ ଆତ୍ମାହୂତି ପାଇଁ ବାଧ୍ୟ କରିଥିଲା ତାହା ଆଜି ସାରା ଓଡ଼ିଶା ଦେଖୁଛି। ପ୍ରଥମେ ନ୍ୟାୟ ପାଇଁ ଆଉ ଏହାପରେ ଜୀବନ ଯୁଦ୍ଧରେ ସଂଗ୍ରାମ କରି କିପରି ସୌମ୍ୟାଶ୍ରୀ ହାରିଗଲା ତାହା ରାଜ୍ୟବାସୀଙ୍କୁ ବିଚଳିତ କରୁଛି।

ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ବର ଏମ୍‌ସରେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହେବା ପରେ ଆଜି ସକାଳେ ଭୋଗରାଇର ପଳାସିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟ ଦୁଃଖରେ ଭାଙ୍ଗିପଡିଛି।

ସେପଟେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଖବର ପାଇ ବିଜେଡି ନେତା ତଥା ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଶୋକ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ କରିଥିବା ପୋଷ୍ଟରେ ପ୍ରଣବ ଲେଖିଛନ୍ତି ‘ ନିର୍ଯାତନା ସହି ନପାରି ଆତ୍ମାହୁତି ଉଦ୍ୟମ କରିଥିବା ଫକୀରମୋହନ ସ୍ୱୟଂଶାସିତ ମହବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ନିଜ ଭବିଷ୍ୟତକୁ ନେଇ ସେ କେତେ ସ୍ଵପ୍ନ ଦେଖିଥିବେ। ହେଲେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଘଟଣାରେ ତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳତା ଜଳଜଳ ହୋଇ ଦେଖାଗଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଯାଏଁ ନ୍ୟାୟ ପାଇଁ ସେ ଗୁହାରି କରିଥିଲେ। କେହି ଜଣେ ବି ଏଥିପ୍ରତି ସମ୍ବେଦନଶୀଳ ହୋଇ ପଦକ୍ଷେପ ନେଲେ ନାହିଁ। ସରକାରଙ୍କ ଦାୟିତ୍ୱହୀନତା, ଅପାରଗତା ଓ ବ୍ୟବସ୍ଥାରେ ସ୍ଥାଣୁତା ପାଇଁ ପୀଡ଼ିତା ଜୀବନ ଯୁଦ୍ଧରେ ହାରିଗଲେ। ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ମା’ ବିରଜା ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।’

About The Author: The Sakala