ଚମ୍ପୁଆ: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁବରଣ କରିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଆହତ ମା’ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚମ୍ପୁଆ ଥାନା ଅନ୍ତର୍ଗତ ଗତ କାଳିକାପ୍ରସାଦ ପଂଚାୟତ ବସିରା ଗ୍ରାମରେ ଘଟିଛି ଏପରି ଏକ ଲୋମହର୍ଷଣକାରି ଘଟଣା l
ଖବର ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଘରେ କୌଣସି କାରଣବଶତଃ ବାପା ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ସହିତ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ପୁଅ ଧ୍ୟାନ ମୁଣ୍ଡା ଉଭୟ ବାପା ଗୋରା ମୁଣ୍ଡା ଏବଂ ମା’ ପାଲି ମୁଣ୍ଡାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏଥିରେ ବାପା ଗୋରା ମୁଣ୍ଡାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମା’ ପାଲି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଖବର ପାଇ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପୁଅକୁ ଅଟକ ରଖି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।