ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ସଭାପତି ହେଲେ ଶ୍ରୀମତୀ ସ୍ମିତା ମୁଦୁଲି

ଭୁବନେଶ୍ୱର: ଦେଶରେ ହିନ୍ଦୁତ୍ୱ ଭାବକୁ ସବଳ, ଏକତା ବଜାଇ ରଖିବା ସହ ଅହରହ ସଚେତନତା ସ୍ରୁଷ୍ଟି କରି ଚର୍ଛିତ ସଙ୍ଗଠନ ପାଲଟି ଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ରାଜ୍ୟ ସ୍ତରୀୟ ସଙ୍ଗଠନ ଗଠିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନ ପକ୍ଷ୍ୟରୁ ରାଜ୍ୟର ସଭାପତି ଗୀତା ଚଇନି, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଡ଼. ବିଶ୍ୱଜିତ ମୁଦୁଲି ଏବଂ ମହାସଚିବ ସଞ୍ଜୟ ବିଶୋଇଙ୍କ ଦ୍ୱାରା ବିଭିନ୍ନ ସଦସ୍ୟ ଓ ପଦପଦବୀ ବାବଦରେ ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ରାଜ୍ୟ ହିନ୍ଦୁ ମହିଳା ମହାସଭାର ରାଜ୍ୟ ସଭାପତି ଭାବେ ଶ୍ରୀମତୀ ସ୍ମିତା ମୁଦୁଲିଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାପଡିଛି। 

ଶ୍ରୀମତୀ ମୁଦୁଲିଙ୍କ ଶିକ୍ଷା ଗତ ଯୋଗ୍ୟତା ଏମ.ବି.ଏ ଏବଂ ସେ  ଦେଶ ଏବଂ ବିଦେଶରେ ବହୁ ବେସରକାରି କମ୍ପାନୀରେ କାମ କରିଛନ୍ତି l ସ୍ମିତା ଭୁବନେଶ୍ୱର ସ୍ତିତ ପୁରୁଣା ଭୁବନେଶ୍ୱରର ବାସିନ୍ଦା ହୋଇଥିବା ବେଳେ ବହୁ ବର୍ଷ ଧରି ଅଖିଳ ଭାରତୀୟ ହିନ୍ଦୁ ମହାସଭା ସହ ଜଡ଼ିତ ହୋଇ ରହିଛନ୍ତି। ପ୍ରକାଶ ଥାଉକି ଶ୍ରୀମତୀ ମୁଦୁଲି ବର୍ଷ ବର୍ଷ ଧରି ଜନମଙ୍ଗଳ କାରି କାର୍ଯ୍ୟ, ଯୋଗ ଶିବିର , ହିନ୍ଦୁ ଧର୍ମର ସୁରକ୍ଷା, ଗୋମାତା ର ସୁରକ୍ଷା ,ମଠ ମନ୍ଦିରର ସୁରକ୍ଷା, ସାଧୁସଂନ୍ଥ ଓ ହିନ୍ଦୁ ପରମ୍ପରା ଉଜ୍ଜୀବିତ କରି ରଖିବା ପାଇଁ ଗ୍ରାମଞ୍ଚଳରେ ଏବଂ ସହରାଞ୍ଚଳରେ ବେଶ ଉଲ୍ଲେଖନୀୟ କାମ କରିଥିବାରୁ ତାଙ୍କୁ ଏଭଳି ଗୁରୁ ଦାୟିତ୍ଵ ଦିଆଯାଇଥିବା ଜଣାପଡ଼ିଛି । ରାଜ୍ୟ ବାହାରୁ ଏବଂ ଦେଶ ବାହାରୁ ଏନେଇ ବିଭିନ୍ନ ଅନୁଷ୍ଠାନ ଏବଂ ସଙ୍ଗଠନ ତରଫରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

About The Author: Madhusudan Das