ଓଏଏସ୍‌‌ ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାର ଓଏଏସ୍‌‌ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଛି। ସେହିପରି ଝାରସୁଗୁଡ଼ା ପିଡି ଆଲ୍‌‌ମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଓଏଏସ୍‌‌ ସମ୍ୱିତ କୁମାର ଗଡ଼ନାୟକଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, […]

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାର ଓଏଏସ୍‌‌ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଛି। ସେହିପରି ଝାରସୁଗୁଡ଼ା ପିଡି ଆଲ୍‌‌ମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଓଏଏସ୍‌‌ ସମ୍ୱିତ କୁମାର ଗଡ଼ନାୟକଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଆଇଟିଡିଏ ପିଡ଼ି ଫାଲଗୁନି ମାଝୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଥିବାବେଳେ ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର ପ୍ରସନ୍ନ କୁମାର ପାତ୍ର, ଆସିକା ସମବାୟ ଚିନି କଳର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ଦତ୍ତ ନାୟକ ଓ ବ୍ରହ୍ମପୁର ସିଡିଏମଓ ଅଫିସରେ ପ୍ରଶାସନିକ ଅଫିସର ଥିବା ସୁବ୍ରତ କୁମାର ଜେନାଙ୍କ ପୂର୍ବ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରାଯାଇ ପୂର୍ବ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala