ହଜିଯାଉଛି ମାନସିକତା, ଶୋଇଥିବା କୁକୁରକୁ ଅତି ନିର୍ମମଭାବେ ହତ୍ୟା

କେନ୍ଦ୍ରାପଡା : ହଜିଯାଉଛି ମଣିଷପଣିଆ l ଦିନକୁ ଦିନ କ୍ରୁରତା ବଢ଼ିବାରେ ଲାଗିଛି l ନିଷ୍ପାପ ନିସହାୟ ଶୋଇଥିବା ଅବସ୍ଥାରେ ଏକ କୁକରକୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମଭାବେ ହତ୍ୟା କରୁଥିବା ଭଳି ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ୧୩ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି l ପୋଲିସ ସୂଚନା ମୁତାବକ, ଗୋଟେ କୁକୁର ଶୋଇଥିବା ଅବସ୍ଥାରେ ବାବୁଲା ସିଂ ନାମକ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ କୁକୁରକୁ ହାଣିଥିଲା l କୁକର ଦୌଡ଼ିବାକୁ […]

କେନ୍ଦ୍ରାପଡା : ହଜିଯାଉଛି ମଣିଷପଣିଆ l ଦିନକୁ ଦିନ କ୍ରୁରତା ବଢ଼ିବାରେ ଲାଗିଛି l ନିଷ୍ପାପ ନିସହାୟ ଶୋଇଥିବା ଅବସ୍ଥାରେ ଏକ କୁକରକୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମଭାବେ ହତ୍ୟା କରୁଥିବା ଭଳି ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ୧୩ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି l

ପୋଲିସ ସୂଚନା ମୁତାବକ, ଗୋଟେ କୁକୁର ଶୋଇଥିବା ଅବସ୍ଥାରେ ବାବୁଲା ସିଂ ନାମକ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ କୁକୁରକୁ ହାଣିଥିଲା l କୁକର ଦୌଡ଼ିବାକୁ ଚେଷ୍ଟା କଲାବେଳେ ଚୋଟ ପରେ ଚୋଟ ଦେଇ ହତ୍ୟା କରିଥିଲା l ଆଉ ଅଭିଯୁକ୍ତ ଜଣକ ହତ୍ୟା ସମୟର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା l ଏହି ଭିଡ଼ିଓ ସେହି ଅଞ୍ଚଳର ମହମ୍ମଦ ଫିରଦୋଷ ଦେଖିବା ପରେ ବାବୁଲା ସିଂକୁ କାହିଁକି ଏକ ନିରୀହ କୁକରକୁ ହତ୍ୟା କଲୁ ବୋଲି ପଚାରିବାରୁ ତାଙ୍କୁ ଧକ୍କା ଦେଇ ତଳେ ପକାଇ ସେହି ଧାରୁଆ ଅସ୍ତ୍ରରେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି l ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଏକ ମାମଲା ୩୧୩/୨୧ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି l

About The Author: The Sakala