ଜଳୁଛି ‘ଅଗ୍ନିପଥ’ ନିଆଁ : ଓଡ଼ିଶା ଦେଇ ଚଳାଚଳ କରୁଥିବା ଏହି ୬ଟି ଟ୍ରେନ୍‌ ବାତିଲ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ବିରୋଧ କରି  ବିଭିନ୍ନ ରାଜ୍ୟରେ ଚାଲିଥିବା ହିଂସା, ପ୍ରତିବାଦ ଓ ଆକ୍ରୋଶର ନିଆଁ ଦେଖାଦେଇଛି। କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । ଆଖି ପିଛୁଳାକେ ନଷ୍ଟ ହେଉଛି ଜାତୀୟ ସମ୍ପତି । ୧୦ରୁ ଅଧିକ ରାଜ୍ୟରେ ବ୍ୟାପୁଥିବା ଏହି ହିଂସା ଅଧିକ ଉଗ୍ର ହେବାରେ ଲାଗିଛି । ଉତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଆନ୍ଦୋଳନ ବ୍ୟାପିଛି […]

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ବିରୋଧ କରି  ବିଭିନ୍ନ ରାଜ୍ୟରେ ଚାଲିଥିବା ହିଂସା, ପ୍ରତିବାଦ ଓ ଆକ୍ରୋଶର ନିଆଁ ଦେଖାଦେଇଛି। କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । ଆଖି ପିଛୁଳାକେ ନଷ୍ଟ ହେଉଛି ଜାତୀୟ ସମ୍ପତି । ୧୦ରୁ ଅଧିକ ରାଜ୍ୟରେ ବ୍ୟାପୁଥିବା ଏହି ହିଂସା ଅଧିକ ଉଗ୍ର ହେବାରେ ଲାଗିଛି । ଉତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଆନ୍ଦୋଳନ ବ୍ୟାପିଛି । ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ୍ ଜାଳି ଦେବା ସହ ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇଛନ୍ତି ।

ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ ସବୁଠୁ ଅଧିକ ତେତିଛି ବିହାରରେ । ରାଜ୍ୟର ୮ରୁ ଅଧିକ ଜିଲ୍ଲାରେ ଆନ୍ଦୋଳନ ହିଂସାର ରୂପ ନେଇଛି । ଏବେ ଏହି ହିଂସା ବଢ଼ୁଥିବା ସମଗ୍ର ଦେଶରେ ୨୦୦ରୁ ଅଧିକ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ସେହିପରି ଆନ୍ଦୋଳନ କାରଣରୁ ୩୫ରୁ ଅଧିକ ଟ୍ରେନ୍ ମଧ୍ୟ ବାତିଲ ହୋଇଛି । ଏହା ବ୍ୟତୀତ କିଛି ଟ୍ରେନର ସମୟ ବଦଳାଇ ଦିଆଯାଇଛି । ରେଳ ଧାରଣା ଉପରେ ଆସବାପତ୍ର ପକାଇ ପ୍ରତିବାଦକାରୀ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା ।

‘ଅଗ୍ନିପଥ‘ ଯୋଜନାକୁ ନେଇ ରେଳ ଷ୍ଟେସନରେ ଟ୍ରେନ୍ ପୋଡି ପରି ଘଟଣା ପରେ ଆଗାମୀ କିଛି ଦିନ ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନ୍‌ ବାତିଲ କରିଛି। ଏହି କ୍ରମରେ ପୂର୍ବତଟ ରେଳପଥ ଦେଇ ୬ଟି ଟ୍ରେନ୍‌ ଚଳାଳଚ ବନ୍ଦ ରହୁଛି।ପୂର୍ବତଟ ରେଳପଥର ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୧୨୨୫୩ ଯଶୱନ୍ତପୁର-ଭାଗଲପୁର ଏକ୍ସପ୍ରେସ୍‌ ଯଶୱନ୍ତପୁର ଠାରୁ ଜୁନ୍‌ ୧୮ ତାରିଖରେ ବାତିଲ ରହିବ। ଜୁନ୍‌ ୧୮ରେ ଟ୍ରେନ୍‌ ନମ୍ବର ୦୮୪୩୯ ପୁରୀ-ପାଟଣା ଏକ୍ସପ୍ରେସ୍‌ ମଧ୍ୟ ଯାତ୍ରା କରିବ ନାହିଁ। ୧୯ ତାରିଖରେ ଟ୍ରେନ ନମ୍ବର ୦୮୪୪୦ ପାଟଣା-ପୁରୀ ଏକ୍ସପ୍ରେସ ପାଟଣାରୁ ରଦ୍ଦ ହେଉଥିବା ବେଳେ ଟ୍ରେନ ନମ୍ବର ୨୦୮୨୩ ପୁରୀ ଆଜମେର ଏକ୍ସପ୍ରେସ୍‌ ଟ୍ରେନ୍‌ ୨୦ ତାରିଖରେ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ନମ୍ବର ୨୦୮୨୪ ଆଜମେର-ପୁରୀ ଏକ୍ସପ୍ରେସ୍‌ ୨୩ ତାରିଖରେ ଆଜମେରରୁ ବାତିଲ ହୋଇଛି। ଟ୍ରେନ୍‌ ନମ୍ବର ୨୨୬୪୩ ଏର୍ନାକୁଲମ-ପାଟଣା ଏକ୍ସପ୍ରେସ୍‌ ମଧ୍ୟ ୨୦ ତାରିଖରେ ଏର୍ନାକୁଲମରୁ ବାତିଲ ହୋଇଛି।

About The Author: The Sakala