ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର, ଶେଷ ହେଲା ୩ ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ

ପୁରୀ: ରୂପାରେ ଝଟକିଲା ଶ୍ରୀମନ୍ଦିର ସିଂହଦ୍ଵାର । ରୂପା ଛାଉଣୀ ପରେ ଅତି ସୁନ୍ଦର ଦିଶୁଛି ରୂପା ସିଂହଦ୍ବାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଶ୍ରୀବିଗ୍ରହଙ୍କ ବାହୁଡ଼ାଯାତ୍ରା ପୂର୍ବରୁ ଆଜି ଏହି କାମ ଶେଷ ହୋଇଛି । ପୂର୍ବ ନିଷ୍ପତ୍ତି […]

ପୁରୀ: ରୂପାରେ ଝଟକିଲା ଶ୍ରୀମନ୍ଦିର ସିଂହଦ୍ଵାର । ରୂପା ଛାଉଣୀ ପରେ ଅତି ସୁନ୍ଦର ଦିଶୁଛି ରୂପା ସିଂହଦ୍ବାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଶ୍ରୀବିଗ୍ରହଙ୍କ ବାହୁଡ଼ାଯାତ୍ରା ପୂର୍ବରୁ ଆଜି ଏହି କାମ ଶେଷ ହୋଇଛି ।

ପୂର୍ବ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ବାର ରୂପାଛାଉଣୀ କରାଯାଇଛି । ମୁମ୍ବାଇରୁ ଆସିଥିବା ୫୦୦ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମରେ ଦାତା ଦେଇଥିବା ରୂପାରେ ନିର୍ମିତ ଚାଦରକୁ କବାଟରେ ଲଗାଯାଇଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଛନ୍ତି । ଆଉ ଦିନକ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରୀଜିଉ । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଛି ।

About The Author: The Sakala