ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲାଗଲା ଶିମିଳିପାଳ ଅଭୟାରଣ୍ୟ। ବାତ୍ୟା ‘ଦାନା’ ଓ ଅତ୍ୟଧିକ ବର୍ଷା ପାଇଁ ଗତ ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଥିଲା। […]

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲାଗଲା ଶିମିଳିପାଳ ଅଭୟାରଣ୍ୟ। ବାତ୍ୟା ‘ଦାନା’ ଓ ଅତ୍ୟଧିକ ବର୍ଷା ପାଇଁ ଗତ ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଥିଲା। ପରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ  ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା।

About The Author: The Sakala