କଟକ : କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପଞ୍ଚୁକ ପାଇଁ କଟକଣା ଲାଗୁ ହୋଇଛି। କାର୍ତ୍ତିକ ମାସର ପଞ୍ଚୁକ ପାଇଁ ଏହି ପ୍ରସିଦ୍ଧ ଶୈବପୀଠରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ଅଁଳା ନବମୀ ଠାରୁ ୧୯ ତାରିଖ କାର୍ତ୍ତିକ ପୁର୍ଣ୍ଣମୀ ପର୍ଯ୍ୟନ୍ତ ୮ ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ଭିଡକୁ ଦୃଷ୍ଟିରେ ରଖି ଅଁଳା ନବମୀ ଓ ବଡଓଷାରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।ନଭେମ୍ବର ୧୨ ରୁ ୧୯ ତାରିଖ ଯାଏଁ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ। ବାବା ଧବଳେଶ୍ବରଙ୍କର ସମସ୍ତ ପ୍ରକାର ନିତିକାନ୍ତି ପୂର୍ବପରି ଚାଲୁ ରହିବା ସହିତ ବଡ଼ଓଷାରେ ପୀଠ ବାହାରେ ଗଜଭୋଗ ବିତରଣ ପାଇଁ ନିଷ୍ପତି ହୋଇଛି।