ଢେଙ୍କାନାଳ: ରାଜ୍ୟର ଅନେକ ଗରିବ ଶ୍ରେଣୀର ଲୋକଙ୍କର ବିଭିନ୍ନପ୍ରକାର ଜଟିଳ ରୋଗର ଚିକିତ୍ସାରେ ବରଦାନ ସାଜୁଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବିନା ପଇସାରେ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେଉଛି ବିଏକେଓ୍ବାଇ କାର୍ଡ । ରାଜ୍ୟ ତଥା ରାଜ୍ୟ ବାହାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଦେୟମୁକ୍ତ ଭାବେ ଅନେକ ରୋଗର ସଫଳ ଚିକିତ୍ସା ହୋଇପାରୁଛି । ଏହିପରି ଜଣେ ରୋଗୀ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସାବିତ୍ରୀ ସାମଲ । କର୍କଟ ରୋଗ ପାଇଁ ଯନ୍ତ୍ରଣା ଅସହ୍ୟ ହୋଇ ପଡିଥିଲା । ଜୀବନ ଜିଇଁବାକୁ ତିଳେମାତ୍ର ଇଚ୍ଛା ନଥିଲା । ଭାଗ୍ୟ କଷ୍ଟ ସହିବାକୁ ବାଧ୍ୟ କରୁଥିଲା ।
ହେଲେ ସାବିତ୍ରୀଙ୍କ ପାଇଁ ସଞ୍ଜୀବନୀ ସାଜିଲା ବିଏକେଓ୍ବାଇ । ଟଙ୍କା ଟିଏ ବି ଖର୍ଚ୍ଚ ନକରି ସ୍ତନ କର୍କଟ ରୋଗରୁ ସେ ସୁସ୍ଥ ହୋଇଛନ୍ତି । ତାହା ପୁଣି ଭୁବନେଶ୍ବର ସମ ହସ୍ପିଟାଲ ଭଳି ସୁପର ସ୍ପେଶଲିଟି ହସ୍ପିଟାଲରେ । ସାବିତ୍ରୀ ସାମଲଙ୍କ ପରିବାର କହିଲେ ସ୍ଵାମୀ ବିଷ୍ଣୁ ଚରଣ ସାମଲ ଓ ଦୁଇ ପୁଅ । ଚାଷ କାମରୁ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ସାବିତ୍ରୀଙ୍କ ଦେହ ହଠାତ୍ ଅସୁସ୍ଥ ହେବା ପରେ ସେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସାବିତ୍ରୀଙ୍କର ରୋଗର ଚିକିତ୍ସା ପାଇଁ ପରିବାର ଆର୍ଥିକ ଚିନ୍ତାରେ ଭାଙ୍ଗି ପଡିଥିଲେ । ହେଲେ ଆତ୍ମବଳ ଯୋଗାଇଲା ବିଏସକେଓ୍ବାଇ ଯୋଜନା । ଭୁବନେଶ୍ବର ସମ ହସ୍ପିଟାଲରେ ବିନା ମୂଲ୍ୟରେ ସାବିତ୍ରୀଙ୍କ ସଫଳ ଚିକିତ୍ସା ହୋଇଛି । ଚିକିତ୍ସାରେ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତି ମାସରେ ସାବିତ୍ରୀଙ୍କ ଚିକିତ୍ସା କରାଯିବା ସହ ଗୋଟିଏ ଥର ସଫଳ ଅସ୍ତ୍ରୋପଚାର ହୋଇଛି । ଚିକିତ୍ସା ବାବଦକୁ ବିଏକେଓ୍ବାଇ କାର୍ଡ ମାଧ୍ୟମରେ ୧୦ ଲକ୍ଷ ଟଙ୍କା କରାଯାଇଛି । ମହତ ଯୋଜନା ପାଇଁ ସାବିତ୍ରୀଙ୍କ ଜୀବନ ରକ୍ଷା ପାଇପାରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ।