ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲି ଓଝା; ଜଣାଇଲେ ନିଜ ଦୁଃଖ, ମାଗିଲେ ନ୍ୟାୟ

କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା । ଦୁର୍ବ୍ୟବହାର ଓ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଲେ ଚିଠି । ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କଲେ । ପୂର୍ବରୁ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । 

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ କରୁଥିଲେ। ହେଲେ ଭିଡିଓକୁ ବିଡିଓ ଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନଭାଇଙ୍କୁ ଥାନାକୁ ନେଇ ଆସିଥିଲେ।  ଏହା ପରେ ଚାମେଲି ଓଝା ନିଜ ଉପରେ ଆକ୍ରମଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣି, ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ, ମହାକାଳପଡ଼ା ଆନା ଅଧିକାରୀ ମାନସ କୁମାର ମଲ୍ଲିକଙ୍କ ସମେତ ସାତରୁ ଅଧିକ ବିଜେପି କର୍ମୀ ତାଙ୍କୁ ମାଡ଼ ମାରିଥିବା ଚାମେଲି ଆନାରେ ଏତଲା ଦେଇଥିଲେ। ସେପଟେ ବିଡିଓଙ୍କ ଏତଲା ଆଧାରରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝା ଏବଂ ଏସଆଇ ତପସ୍ବିନୀ ବିଶ୍ବାଳଙ୍କ ଅଭିଯୋଗକ୍ରମେ ଚାମେଲି ଗିରଫ ହୋଇଥିଲେ । 

ଅନ୍ୟପଟେ ଚାମେଲିଙ୍କୁ ଗତକାଲି ଜାମିନ୍ ମିଳିଛି । ଚାମେଲିଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସ୍‌ଡିଜେଏମ୍ କୋର୍ଟ । ମହାକାଳପଡ଼ା ପୁଲିସ୍‌ ଏସଆଇ ଓ ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କୁ ଜାମିନ୍ ମିଳିଛି । ଏବେ ବି କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଚିକିତ୍ସାଧିନ ଅଛନ୍ତି ଚାମେଲି । 

About The Author: Madhusudan Das