ପୁଣି ବନ୍ଧାହେଲେ ଶାରଳା ରିଅଲକନ୍‌‌ ଏମ୍‌ଡି ଗୟାଧର ଜେନା

ଭୁବନେଶ୍ୱର : ଜମି ଦେବାକୁ କହି ଟଙ୍କା ନେଲେ। ଆଉ ଜମି ନ ଦେଇ ଠକି ଦେଲେ। ଏଭଳି ଅଭିଯୋଗ ପାଇବା ପରେ ସହିଦନଗର ଥାନା ପୁଲିସ ଶାରଳା ରିଅଲକନ୍‌‌ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ଗୌରାଙ୍ଗ ସେନାପତି ଏକ ଜମି କିଣିବା ଲାଗି ଇଚ୍ଛା ପ୍ରକାଶ କରିବା ସହିତ ଗୟାଧରଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ଆଲୋଚନା ପରେ ଉକ୍ତ ଜମିର ଧାର୍ଯ୍ୟ ମୂଲ୍ୟ ୧୨ଲକ୍ଷ […]

ଭୁବନେଶ୍ୱର : ଜମି ଦେବାକୁ କହି ଟଙ୍କା ନେଲେ। ଆଉ ଜମି ନ ଦେଇ ଠକି ଦେଲେ। ଏଭଳି ଅଭିଯୋଗ ପାଇବା ପରେ ସହିଦନଗର ଥାନା ପୁଲିସ ଶାରଳା ରିଅଲକନ୍‌‌ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ଗୌରାଙ୍ଗ ସେନାପତି ଏକ ଜମି କିଣିବା ଲାଗି ଇଚ୍ଛା ପ୍ରକାଶ କରିବା ସହିତ ଗୟାଧରଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ଆଲୋଚନା ପରେ ଉକ୍ତ ଜମିର ଧାର୍ଯ୍ୟ ମୂଲ୍ୟ ୧୨ଲକ୍ଷ ଟଙ୍କା ସ୍ଥିରୀକୃତ ହୋଇଥିଲା। ଗୌରାଙ୍ଗ ୨୦୧୨ ମସିହା ଜୁଲାଇ ୨ ତାରିଖ ଦିନ ଅଗ୍ରୀମ ବାବଦରେ ୩୦ ହଜାର ଦେଇଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ବାକି ୧୧ ଲକ୍ଷ ୭୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଏକ ଚୁକ୍ତି କରିଥିଲେ। କିନ୍ତୁ ଟଙ୍କା ନେବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଗୟାଧର କୌଣସି ଜମି ପଞ୍ଜୀକରଣ କରି ନ ଥିଲା।

ଟଙ୍କା ଫେରାଇବା ଲାଗି କହିବାରୁ ଗୌରାଙ୍ଗଙ୍କୁ ଧମକ ଚମକ ଦେଇଥିଲା। ଏନେଇ ଗୌରାଙ୍ଗ ୨୦୨୩ ମସିହା ଡିସେମ୍ବର ମାସରେ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଗତକାଲି ଗୟାଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୟାଧର ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ତାଙ୍କ ନାମରେ ବିଭିନ୍ନ ଥାନାରେ ୨୨ଟିରୁ ଅଧିକ ଅପରାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି।

About The Author: The Sakala