ସମ୍ବଲପୁର: ମନ୍ଦଳିଆ ପଡିଆରେ ଅଭିଯୋଗ ଶୁଣାଣି ଶିବିରରେ ଜୟ ମାଁ ସମଲେଶ୍ବରୀରୁ ଭାଷଣ ଆରମ୍ଭ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ୍। ତେବେ ଦୀର୍ଘ ସମୟ ଧରି ପାଣ୍ଡିଆନଙ୍କୁ ଅପେକ୍ଷା କରିଥିବା ଲୋକେ ପାଣ୍ଡିଆନ କଣ କହିବେ, ସେ କେଉଁ ଭାଷାରେ କଥା ହେବେ ସେନେଇ ଲୋକଙ୍କ ମନରେ ଉତ୍ସୁକତା ଭରି ରହିଥିଲା। ଫଳରେ ପାଣ୍ଡିଆନ ଆସିବା କ୍ଷଣି ସମ୍ବଲପୁରୀ ଭାଷାରେ ଭାଷଣ ଦେଇଥିଲେ। ଯାହା ଉପସ୍ଥିତ ଲୋକଙ୍କ ହୃଦୟ ଛୁଇଁଥିଲା। ଏହା ସହ ପାରୁ ପର୍ଯ୍ୟନ୍ତେ ଶେଷ ଯାଏଁ ସମ୍ବଲପୁରୀରେ ଭାଷଣ ଦେଇ ସମସ୍ତଙ୍କୁ ସେ ଚକିତ କରି ଦେଇଥିଲେ। ତେବେ ଏହି ଅବସରରେ ଉପସ୍ଥିତ ଜନତା ମଧ୍ୟ ତାଙ୍କର ସମ୍ବଲପୁରୀ ଭାଷଣକୁ ନେଇ ବାହାରେ ପ୍ରଶଂସା କରିବା ସହ ଜୋରଦାର ଚର୍ଚ୍ଚା ହୋଇଛି।
ଡିସେମ୍ବରରେ ସରିବ ସମଲେଇ ପ୍ରକଳ୍ପ କାମ
ସମଲେଇ ଯୋଜନା ପ୍ରତି ରାଜ୍ୟ ସରକାର ଦେଢ ଶହ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଆଗକୁ ଡିସେମ୍ବରରେ ସମ୍ବଲପୁରବାସୀ ସମଲେଇ ମନ୍ଦିର ଚତୁଃପାର୍ଶ୍ବକୁ ନୂଆ ରୂପରେ ଦେଖିବାକୁ ପାଇବେ ବୋଲି ସଭା ମଂଚରେ ଘୋଷଣା କରିଛନ୍ତି 5T ସଚିବ। ତେବେ ସମଲେଇ ମନ୍ଦିର ସୌନ୍ଦ୍ୟର୍ଯ୍ୟକରଣ କାର୍ଯ୍ୟ କେବେ ସରିବ ସେନେଇ ଲୋକଙ୍କ ମନରେ ଯେଉଁ ଦ୍ବନ୍ଦ ଥିଲା ତାହାକୁ ଦୂର କରିଛନ୍ତି 5T ସଚିବ। ଏହା ସହ ସମଲେଇ ମନ୍ଦିରକୁ ଏକା ସାଙ୍ଗରେ ଲକ୍ଷାଧିକ ଭକ୍ତ ଆସି ପାରିବେ ବୋଲି ସେ କହିଛନ୍ତି। ଫଳରେ ଏଠାକାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ।