ଯୁବକର ଉନ୍ମୁକ୍ତ କାଣ୍ଡ: ଶିଶୁକନ୍ୟାକୁ ହତ୍ୟା ପରେ କଟା ମୁଣ୍ଡକୁ ଧରି ଗାଁରେ ବୁଲିଲା

କୁଚିଣ୍ଡା: କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଠ ବର୍ଷର ଶିଶୁକନ୍ୟାକୁ ହତ୍ୟା ହତ୍ୟା ପରେ କଟା ମୁଣ୍ଡକୁ ଧରି ଗାଁ ଦାଣ୍ଡରେ ବୁଲିଲା ହତ୍ଯାକାରୀ । କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ୮ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ […]

କୁଚିଣ୍ଡା: କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଠ ବର୍ଷର ଶିଶୁକନ୍ୟାକୁ ହତ୍ୟା ହତ୍ୟା ପରେ କଟା ମୁଣ୍ଡକୁ ଧରି ଗାଁ ଦାଣ୍ଡରେ ବୁଲିଲା ହତ୍ଯାକାରୀ । କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ୮ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପ ନିକଟରେ ପକାଇ ଦେଇଥିଲା। ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ଯାର କାରଣ ଅସ୍ପଷ୍ଟ ରହିଛି।

About The Author: The Sakala