ଭୁବନେଶ୍ୱର: ଏନ୍ବିଡବ୍ଲ୍ୟୁ ମାମଲାରେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରି ନିଜର ପକ୍ଷ ରଖିଛନ୍ତି। ୫୦ ହଜାର ଟଙ୍କା, ଦୁଇଜଣ ଜାମିନଦାର ଓ କିଛି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଛି। ତେବେ ଦିଲେଶ୍ୱର ହତ୍ୟାକାଣ୍ଡରେ ତାଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି। ଖୁବଶୀଘ୍ର ଏହି ଘଟଣାରେ ଶୁଣାଣି ଆରମ୍ଭ ହେବ। ଜାମିନ ପରେ ଜୟନାରାୟଣ କହିଛନ୍ତି ଯେ କିଛି କହିବାର ନାହିଁ, କେସ୍ ତ ନାହିଁ ଆଉ କିଛି କହିବାର ନାହିଁ। ବରଗଡ଼ ସୋହେଲାରେ ହୋଇଥିବା ଦିଲେଶ୍ୱର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଛନ୍ତି ଜୟନାରାୟଣ। ଏହି ମାମଲାରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଗତ ଜୁଲାଇ ୩୦ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ପାଇଁ ତାରିଖ ରହିଥିଲା। କିନ୍ତୁ ସେହି ଦିନ ସେ କୌଣସି କାରଣବଶତଃ ହାଜର ହୋଇନଥିଲେ। ଯେହେତୁ ସେ କୋର୍ଟରେ ହାଜର ହୋଇନଥିଲେ, ତେଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା।
କୋର୍ଟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର: ଏନ୍ବିଡବ୍ଲ୍ୟୁ ମାମଲାରେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରି ନିଜର ପକ୍ଷ ରଖିଛନ୍ତି। ୫୦ ହଜାର ଟଙ୍କା, ଦୁଇଜଣ ଜାମିନଦାର ଓ କିଛି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଛି। ତେବେ ଦିଲେଶ୍ୱର ହତ୍ୟାକାଣ୍ଡରେ ତାଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି। ଖୁବଶୀଘ୍ର ଏହି ଘଟଣାରେ ଶୁଣାଣି ଆରମ୍ଭ ହେବ। ଜାମିନ ପରେ ଜୟନାରାୟଣ କହିଛନ୍ତି ଯେ କିଛି କହିବାର ନାହିଁ, କେସ୍ ତ ନାହିଁ ଆଉ କିଛି କହିବାର ନାହିଁ। […]