ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏସ୍‌ଆଇ, ଜବତ ଗାଡିକୁ ଛାଡିବା ପାଇଁ ନେଉଥିଲେ ୨ ହଜାର ଲାଞ୍ଚ

ଭୁବନେଶ୍ବର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭୁବନେଶ୍ବର ସହିଦନଗର ଥାନା ଏସ୍‌ଆଇ। ଜବତ ହୋଇଥିବା ଏକ ଗାଡିକୁ ଛାଡିବା ପାଇଁ  ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ। ସହିଦନଗର ଥାନା ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନ ପୂର୍ବରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ପାଇଥିଲା ଭିଜିଲାନ୍ସ । ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଫେରାଉନଥିଲେ SI ଜଣଙ୍କ […]

ଭୁବନେଶ୍ବର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭୁବନେଶ୍ବର ସହିଦନଗର ଥାନା ଏସ୍‌ଆଇ। ଜବତ ହୋଇଥିବା ଏକ ଗାଡିକୁ ଛାଡିବା ପାଇଁ  ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ।

ସହିଦନଗର ଥାନା ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନ ପୂର୍ବରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ପାଇଥିଲା ଭିଜିଲାନ୍ସ । ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଫେରାଉନଥିଲେ SI ଜଣଙ୍କ । ବର୍ତ୍ତମାନ ଏହି କେସରେ ଦୁଇଟି ସ୍ଥାନରେ ରେଡ଼ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ଏହି ଚଢ଼ାଉ ଜାରି ରଖିଛି।

About The Author: The Sakala