ଗରାଖଙ୍କୁ ନେଇ ରୂପଜୀବୀଙ୍କ ତୁମୁଳକାଣ୍ଡ

ଭୁବନେଶ୍ୱର : କ୍ୟାପିଟାଲ ଥାନା ଜୟଦେବ ଭବନ ସମ୍ମୁଖରେ ଗରାଖ ମୂଲଚାଲକ୍ କେନ୍ଦ୍ରକରି ଦୁଇ ରୂପଜୀବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଣେ ରୂପଜୀବୀ ଚିତ୍କାର କରି ଅନ୍ୟକ ମାଡ଼ ମାରିଥିଲେ। ଦୁଇ ରୂପଜୀବୀଙ୍କ ମଧ୍ୟରେ ଏଭଳି ମାରପିଟ ଦେଖା ଗାଜକ ଜଣଙ୍କ ମଧ୍ୟ ସେଠାରୁ ଏକ ମାରିଥିଲେ । ଦୀର୍ଘ ୧୫ ମିନିଆ ଧରି ଉଭୟ ରୂପଜୀ ସେଠାରେ ମାରପିଟ୍ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ହୋଇଥିଲା । ଅନେକ ଏହାକୁ ଛଡ଼ାଇବାକୁ ଉଦ୍ୟମ […]

ଭୁବନେଶ୍ୱର : କ୍ୟାପିଟାଲ ଥାନା ଜୟଦେବ ଭବନ ସମ୍ମୁଖରେ ଗରାଖ ମୂଲଚାଲକ୍ କେନ୍ଦ୍ରକରି ଦୁଇ ରୂପଜୀବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଣେ ରୂପଜୀବୀ ଚିତ୍କାର କରି ଅନ୍ୟକ ମାଡ଼ ମାରିଥିଲେ। ଦୁଇ ରୂପଜୀବୀଙ୍କ ମଧ୍ୟରେ ଏଭଳି ମାରପିଟ ଦେଖା ଗାଜକ ଜଣଙ୍କ ମଧ୍ୟ ସେଠାରୁ ଏକ ମାରିଥିଲେ । ଦୀର୍ଘ ୧୫ ମିନିଆ ଧରି ଉଭୟ ରୂପଜୀ ସେଠାରେ ମାରପିଟ୍ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ହୋଇଥିଲା । ଅନେକ ଏହାକୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଦୁଇ ରୂପଜୀବୀ କେହି କାହାକୁ ଛାଡି ନ ଥିଲେ।

ଶେଷରେ ଥାନାକୁ ଫୋନ ଯିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା ଓ ପରିସ୍ଥିତି ଶାନ୍ତ ପଡ଼ିଥିଲା । କିନ୍ତୁ ଜଣେ ରୂପଜୀବୀ ଅନ୍ୟକୁ ମାରିଦେବାକୁ ମଧ୍ୟ ଧମକ ଦେଇ ଯାଇଥିଲେ। ଖବର ନେବାରୁ ଜଣାପଡ଼ିଛି, ଗୁରୁବାର ସନ୍ଧ୍ୟାରେ ଦୁଇ ରୂପଜୀବୀ ସେଠାରେ ଗ୍ରାହକଙ୍କ ଅପେକ୍ଷାରେ ରହିଥିଲେ। ଜଣେ ଗ୍ରାହକ ସେଠାରେ ପହଞ୍ଚିଥିଲେ। ସେ ଜଣେ ରୂପଜୀବୀଙ୍କୁ ଦାମ ପଚାରିଥିଲେ। ଏପରିକି ଜଣେ ରୂପଜୀବୀ ୫ଶହ ଟଙ୍କା କହିବା ପରେ ଗ୍ରାହକ ଜଣଙ୍କ ତାଙ୍କୁ ସାଥୀରେ ନେବାକୁ ରାଜି ହୋଇଥିଲେ।

କିନ୍ତୁ ଅନ୍ୟ ରୂପଜୀବୀ ଦାମ ୪ଶହ କହିବା ପରେ ଗ୍ରାହକ ଜଣଙ୍କ ତାଙ୍କ ନିକଟକୁ ଯାଇଥିଲେ। ଯେଉଁଥ୍ ପାଇଁ ପ୍ରଥମ ରୂପଜୀବୀ ରାଗିଯାଇ ଅନ୍ୟ ଜଣଙ୍କ ଆକ୍ରମଣ କରିଥିଲେ । ପୂର୍ବରୁ ମଧ୍ୟ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ରୂପଜୀବୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। କିଛିଦିନ ହେବା ହାଇସିକ୍ୟୁରିଟ୍ ଜୋନ୍ କୁହାଯାଉଥିବା ଆଇକି ପାର୍କ ନିକଟ ଏବଂ ଜୟଦେବ ଭବନ ନିକଟରେ ଥିବା ଅନ୍ଧାରୁଆ ସ୍ଥାନାରେ ରୂପଜୀବୀଙ୍କ ଆଡ୍ଡା ଜମୁଛି। ସେଠାରେ ଛିଡ଼ା ହୋଇ ଗ୍ରାହକଙ୍କୁ ଡାକୁଛନ୍ତି ।

About The Author: The Sakala