କୁହୁଡ଼ି ପାଇଁ ବାତିଲ ହେଲା ରାଉରକେଲାରୁ କୋଲକାତା ବିମାନ ସେବା

ରାଉରକେଲା: ରାଉରକେଲାରୁ କୋଲକାତା ବିମାନ ସେବା ଆଜି ବାତିଲ ହୋଇଛି। କୁହୁଡି ପାଗ ଥିବାରୁ ବିମାନ ସେବା ବାତିଲ ହୋଇଛି। ରାଉରକେଲା ବିମାନବନ୍ଦରରେ ILS ମେସିନ ଲଗାଯାଉ ନ ଥିବାରୁ କୁହୁଡି ପାଗ ରହିଲେ ବିମାନ ସେବା ବାତିଲ ହେଉଛି। ILS ମେସିନ ଲଗାଇବା ପାଇଁ ବାରମ୍ବାର ଦାବି ହେବା ସ୍ବତ୍ତେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତା ବିମାନ ସେବା ଆରମ୍ଭ ହେବାକୁ ଥିଲା। ଆଲାଏନ୍ସ ଏୟାର […]

ରାଉରକେଲା: ରାଉରକେଲାରୁ କୋଲକାତା ବିମାନ ସେବା ଆଜି ବାତିଲ ହୋଇଛି। କୁହୁଡି ପାଗ ଥିବାରୁ ବିମାନ ସେବା ବାତିଲ ହୋଇଛି। ରାଉରକେଲା ବିମାନବନ୍ଦରରେ ILS ମେସିନ ଲଗାଯାଉ ନ ଥିବାରୁ କୁହୁଡି ପାଗ ରହିଲେ ବିମାନ ସେବା ବାତିଲ ହେଉଛି। ILS ମେସିନ ଲଗାଇବା ପାଇଁ ବାରମ୍ବାର ଦାବି ହେବା ସ୍ବତ୍ତେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତା ବିମାନ ସେବା ଆରମ୍ଭ ହେବାକୁ ଥିଲା। ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ୩ ଦିନ ବିମାନ ଉଡିବ ବୋଲି ନିଷ୍ପତ୍ତି ହୋଇଛି। ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ରାଉରକେଲାରୁ କୋଲକାତା ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି।

 

About The Author: The Sakala