କମିସନରେଟ ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ, ୪ ଗିରଫ

ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସୁନ୍ଦରୀ ଲେଡିର ସାତିର ଦିମାଗ । ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡିକୁଇନ୍ ମୁସ୍କାନ ଓରଫ ସରିଫା ଖାତୁନ । ମୁଷ୍କାନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଷ୍ଟେସନ ନିକଟରେ ଓ ବସ ଷ୍ଟାଣ୍ଡରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ଠାରୁ ବିଭିନ୍ନ ନିଶା ବଟିକା, କ୍ଲୋରୋଫୋର କାର୍ବନ […]

ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସୁନ୍ଦରୀ ଲେଡିର ସାତିର ଦିମାଗ । ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡିକୁଇନ୍ ମୁସ୍କାନ ଓରଫ ସରିଫା ଖାତୁନ । ମୁଷ୍କାନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଷ୍ଟେସନ ନିକଟରେ ଓ ବସ ଷ୍ଟାଣ୍ଡରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ଠାରୁ ବିଭିନ୍ନ ନିଶା ବଟିକା, କ୍ଲୋରୋଫୋର କାର୍ବନ ଜବତ କରାଯାଇଛି ।

ଏହି ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଆର୍ମି ଯବାନ । ଯବାନମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରେ ମୁସ୍କାନ । ପରେ ଚା’ ପିଇବା କହି ସେଥିରେ ନିଶା ବଟିକା ଦେଇ ଅଚେତ୍ କରି ଦେଉଥିଲା । ତା’ପରେ ସେମାନଙ୍କୁ ଲୁଟିବା ପରେ ଷ୍ଟେସନ ନିକଟ କୌଣସି ଗଳିରେ ଫୋପାଡି ଦେଇ ଚାଲି ଯାଉଥିଲା । ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ନାମରେ ଏକାଧିକ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଏମାନଙ୍କୁ ତଡି ପାର କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ ।

About The Author: The Sakala