ଦେବଗଡ଼: ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ପୃଥକପୃଥକ ସ୍ଥାନରେ ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। କଂସର ଫାଣ୍ଡି ଅନ୍ତର୍ଗତ ଅଘରିଆପଡ଼ା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପିକଅପ ଭ୍ୟାନକୁ ପଛ ପଟୁ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ଦୁଇଜଣ ହେଲେ ଭାଲୁମୁଣ୍ଡା ଗ୍ରାମର ଚନ୍ଦନ ପଲେଇ ଓ ବଳମ ଗ୍ରାମର ସଂଜୀବ ରାଉ ।
ସେହିପରି ବାରକୋଟ ଥାନା ଅନ୍ତର୍ଗତ କତ୍ରାପାଲି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ କତ୍ରାପାଲି ଗ୍ରାମର କୁଶ ନାୟକ ବୋଲି ଜଣାପଡ଼ିଛ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।