ପୂଜା ଦେଖା ହେଲା ଶେଷ ଯାତ୍ରା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଫୁଲବାଣୀ: ପୂଜା ଦେଖା ହେଲା ଶେଷ ଯାତ୍ରା। ଗଣେଶ ପୂଜା ଦେଖି ଫେରୁଥିବା ବେଳେ ଦୁର୍ଘଟଣାରେ ଗଲା ଦୁଇ ଜଣଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଚାଳକ ଆଶିଷ ଦିଗାଲ ଏବଂ ଦୀପା କହଁର ରାତ୍ରି ସମୟରେ ଯାଉଥିବା ବେଳେ ବୁଡ଼ାଦାନୀ ନିକଟସ୍ତ ବୁଲାଣୀ ରାସ୍ତାରେ ଏକ ଗାଡ଼ୱାଲରେ ଭାରସ୍ୟାମ ହରାଇ ପିଟି ହୋଇଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ […]

ଫୁଲବାଣୀ: ପୂଜା ଦେଖା ହେଲା ଶେଷ ଯାତ୍ରା। ଗଣେଶ ପୂଜା ଦେଖି ଫେରୁଥିବା ବେଳେ ଦୁର୍ଘଟଣାରେ ଗଲା ଦୁଇ ଜଣଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଚାଳକ ଆଶିଷ ଦିଗାଲ ଏବଂ ଦୀପା କହଁର ରାତ୍ରି ସମୟରେ ଯାଉଥିବା ବେଳେ ବୁଡ଼ାଦାନୀ ନିକଟସ୍ତ ବୁଲାଣୀ ରାସ୍ତାରେ ଏକ ଗାଡ଼ୱାଲରେ ଭାରସ୍ୟାମ ହରାଇ ପିଟି ହୋଇଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ ଆଜି ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଅ ଏବଂ ଝିଅର ଶବକୁ ଘଟଣାସ୍ଥଳରୁ ସଦର ପୁଲିସ ଜବତ କରି ତଦନ୍ତ କରୁଛି । ଶବ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସୂଚନା ଅନୁସାରେ ଦୁଇ ଯୁବକ ଏବଂ ଯୁବତୀ ଗଣେଶ ପୂଜା ସାରି ଘରକୁ ଫେରୁଥିଲା ବେଳେ ଏଭଳି ଅଘଟଣ ଘଟିଥିଲା ।

About The Author: The Sakala