୫ ବର୍ଷରେ ଭାରତୀୟ ଅରବପତିଙ୍କ ସଂଖ୍ୟା ୬୩ % ବଢ଼ିବ

ନୂଆଦିଲ୍ଲୀ:vଭାରତରେ ଅରବପତିଙ୍କ ସଂଖ୍ୟା ଆସନ୍ତା ୫ ବର୍ଷ ମଧ୍ୟରେ ଆହୁରି ୬୩ ପ୍ରତିଶତ ବୃଦ୍ଧି ପାଇବ। ବିଶ୍ବର ଅନ୍ୟ ଯେକୌଣସି ପ୍ରଗତିଶୀଳ ରାଷ୍ଟ୍ର ତୁଳନାରେ ଭାରତରେ ବିତ୍ତଶାଳୀ ମାନଙ୍କ ସମ୍ପତ୍ତି ବୃଦ୍ଧି ସହିତ ସେମାନଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି ଆନ୍ତର୍ଜାତିକ ସମ୍ପତ୍ତି ପରାମର୍ଶକାରୀ ସଂସ୍ଥା ନାଇଟ୍ ଫ୍ରାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଗ୍ଲୋବାଲ ୱେଲଥ୍ ରିପୋର୍ଟରେ କୁହାଯାଇଛି। ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଚାହିଦା ଏବଂ ବ୍ୟୟକୁ ନେଇ ଅର୍ଥନୀତି ବ୍ୟବସ୍ଥାର ମୁଖ୍ୟଦିଗ ନିର୍ଭର […]

ନୂଆଦିଲ୍ଲୀ:vଭାରତରେ ଅରବପତିଙ୍କ ସଂଖ୍ୟା ଆସନ୍ତା ୫ ବର୍ଷ ମଧ୍ୟରେ ଆହୁରି ୬୩ ପ୍ରତିଶତ ବୃଦ୍ଧି ପାଇବ। ବିଶ୍ବର ଅନ୍ୟ ଯେକୌଣସି ପ୍ରଗତିଶୀଳ ରାଷ୍ଟ୍ର ତୁଳନାରେ ଭାରତରେ ବିତ୍ତଶାଳୀ ମାନଙ୍କ ସମ୍ପତ୍ତି ବୃଦ୍ଧି ସହିତ ସେମାନଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି ଆନ୍ତର୍ଜାତିକ ସମ୍ପତ୍ତି ପରାମର୍ଶକାରୀ ସଂସ୍ଥା ନାଇଟ୍ ଫ୍ରାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଗ୍ଲୋବାଲ ୱେଲଥ୍ ରିପୋର୍ଟରେ କୁହାଯାଇଛି। ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଚାହିଦା ଏବଂ ବ୍ୟୟକୁ ନେଇ ଅର୍ଥନୀତି ବ୍ୟବସ୍ଥାର ମୁଖ୍ୟଦିଗ ନିର୍ଭର କରୁଥିବାବେଳେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ଏବଂ ଅଭିବୃଦ୍ଧିକୁ ନେଇ ଅରବପତିମାନଙ୍କ ଭାଗ୍ୟ ଆହୁରି ତେଜିଆନ ହେବ ବୋଲି କୁହାଯାଇଛି। ବିଶେଷ କରି ୩୦ ନିୟୁତ ଡଲାର ବା ୨୧୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତିର ମାଲକ ହୋଇଥିବା ବିତ୍ତଶାଳୀଙ୍କୁ ‘ଅଲଟ୍ରା-ହାଇ-ନେଟୱର୍ଥ-ଇଣ୍ଡିଭିଜୁଆଲ’ ଭାବେ ଶ୍ରେଣୀଭୁକ୍ତ କରାଯାଇଥିବାବେଳେ ସେମାନଙ୍କ ସଂଖ୍ୟା ଆସନ୍ତା ୫ ବର୍ଷ ମଧ୍ୟରେ ୬୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଭାରତରେ ଏହି ଶ୍ରେଣୀର ବିତ୍ତଶାଳୀଙ୍କ ସଂଖ୍ୟା ୬୮୮୪ ରହିଥିବାବେଳେ ୧୧୩ ଜଣ ବିଲିୟନର ରହିଛନ୍ତି। ସେହିପରି ୨୦୨୫ ସୁଦ୍ଧା ଏହି ବିଲିୟନାରଙ୍କ ସଂଖ୍ୟା ମଧ୍ୟ ୪୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

About The Author: The Sakala