RI,ଅମିନ ପରୀକ୍ଷାରେ ସମସ୍ତେ ପ୍ରିଲିମ୍‌ ପାସ୍‌, ପରୀକ୍ଷାରେ ଅନିୟମିତତା ନେଇ ରାଜ୍ୟବ୍ୟାପୀ ଦେଖାଦେଇଥିଲା ଅସନ୍ତୋଷ

ଭୁବନେଶ୍ବର : ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ପ୍ରିଲିମ୍‌ ପାସ୍‌ କରିଛନ୍ତି। ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। କେବଳ ପ୍ରିଲିମ୍‌ରେ କପି କରି ଧରାପଡ଼ିଥିବା ୯ ଜଣ ମେନ୍‌ ଦେଇପାରିବେନି। ଅନ୍ୟ ସମସ୍ତ ଆଶାୟୀ ମେନ୍‌ ପରୀକ୍ଷା ଦେଇପାରିବେ। କେବେ ମୁଖ୍ୟ ପରୀକ୍ଷା ହେବ ତାହା ପରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ସୂଚନା ଦିଆଯିବ। ସୂଚନାଯୋଗ୍ୟ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ […]

ଭୁବନେଶ୍ବର : ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ପ୍ରିଲିମ୍‌ ପାସ୍‌ କରିଛନ୍ତି। ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। କେବଳ ପ୍ରିଲିମ୍‌ରେ କପି କରି ଧରାପଡ଼ିଥିବା ୯ ଜଣ ମେନ୍‌ ଦେଇପାରିବେନି। ଅନ୍ୟ ସମସ୍ତ ଆଶାୟୀ ମେନ୍‌ ପରୀକ୍ଷା ଦେଇପାରିବେ। କେବେ ମୁଖ୍ୟ ପରୀକ୍ଷା ହେବ ତାହା ପରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ସୂଚନା ଦିଆଯିବ।

ସୂଚନାଯୋଗ୍ୟ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ବାରା ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଥିଲା। ପରୀକ୍ଷାରେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଖବର ଆସିଥିଲା। ଯାହା ପରେ ରାଜ୍ୟର କିଛି ଛାତ୍ର ସଙ୍ଗଠନ ଏହାକୁ ବିରୋଧ କରିବା ସହ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଥିଲେ।

About The Author: The Sakala