ତୃତୀୟ ଲହର ମୁକାବିଲା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

ଭୁବେନଶ୍ବର : କରୋନାର ତୃତୀୟ ଲହର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସହିତ ସମୀକ୍ଷା ବୈଠକ କରିଛି । ସାମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟମାନେ କିପରି  ପ୍ରସ୍ତୁତି କରୁଛନ୍ତି ସେ ନେଇ ହୋଇଥିଲା ଆଲୋଚନା। ଏହି ଆଲୋଚନାରେ  ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଓଡିଶା ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ […]

ଭୁବେନଶ୍ବର : କରୋନାର ତୃତୀୟ ଲହର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସହିତ ସମୀକ୍ଷା ବୈଠକ କରିଛି । ସାମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟମାନେ କିପରି  ପ୍ରସ୍ତୁତି କରୁଛନ୍ତି ସେ ନେଇ ହୋଇଥିଲା ଆଲୋଚନା। ଏହି ଆଲୋଚନାରେ  ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଓଡିଶା ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ନିଜର ମତ ରଖି କହିଥିଲେ ଯେ ରାଜ୍ୟରେ କରୋନାର ସଂକ୍ରମଣ କିଭଳି କମିବ ତାହା ଉପରେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ସଜାଗ ରହିଛନ୍ତି। ସାମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ  ଟୀକାକରଣ ଚାଲୁଛି, ସର୍ଭିଲାନ୍ସ ଚାଲୁଛି ଏବଂ ଶିଶୁଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି । ଏଥି ସହିତ ଚିକିତ୍ସା ଭିତ୍ତିଭୂମି, ଅକ୍ସିଜେନ ଏବଂ ତାଲିମ ଉପରେ ମଧ୍ୟ ପ୍ରାଧ୍ୟାନ୍ୟ ଦିଆଯାଉଛି। କିନ୍ତୁ ଲୋକମାନେ ଯଦି କଟକଣା ନ ମାନିବେ ତେବେ ସଂକ୍ରମଣ ବଢିବାର ଚାନ୍ସ ଅଧିକ ରହୁଛି । ଏହାକୁ ବ୍ରେକ କରିବାର ଗୋଟିଏ ବାଟ ହେଉଛି ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାଇ ରଖନ୍ତୁ। ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ଆବଶ୍ୟକତା ନଥିଲେ ଘରେ ରୁହନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର

 

About The Author: The Sakala