ଆଜି ପ୍ରକାଶ ପାଇବ ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷାଫଳ

ଭୁବନେଶ୍ବର: ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ  ଶୁକ୍ରବାର ଅପରାହ୍ଣ ସାଢ଼େ ୪ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ୫ଟା ବେଳେ https://results.odisha.gov.in/ ୱେବସାଇଟରେ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ସମୁଦାୟ ୧୦୦୯ ଜଣ ପିଲା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ତନ୍ମଧ୍ୟରେ କଳାରେ ସର୍ବାଧିକ ୪୯୫ ଜଣ ଥିବା ବେଳେ ବିଜ୍ଞାନରେ ୩୪୯, ବାଣିଜ୍ୟରେ ୧୩୩ ଓ ଧନ୍ଦାମୂଳକ ଶିକ୍ଷାରେ ୩୨ଜଣ ଛାତ୍ରଛାତ୍ରୀ ଅଛନ୍ତି। […]

ଭୁବନେଶ୍ବର: ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ  ଶୁକ୍ରବାର ଅପରାହ୍ଣ ସାଢ଼େ ୪ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ୫ଟା ବେଳେ https://results.odisha.gov.in/ ୱେବସାଇଟରେ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ସମୁଦାୟ ୧୦୦୯ ଜଣ ପିଲା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ତନ୍ମଧ୍ୟରେ କଳାରେ ସର୍ବାଧିକ ୪୯୫ ଜଣ ଥିବା ବେଳେ ବିଜ୍ଞାନରେ ୩୪୯, ବାଣିଜ୍ୟରେ ୧୩୩ ଓ ଧନ୍ଦାମୂଳକ ଶିକ୍ଷାରେ ୩୨ଜଣ ଛାତ୍ରଛାତ୍ରୀ ଅଛନ୍ତି। ମାତ୍ର ଜଣେ ପିଲା ପରୀକ୍ଷା ଦେଇନଥିବା ବେଳେ ଅବଶିଷ୍ଟ ୧୦୦୮ଜଣ ପରୀକ୍ଷା ଦେଇଥିବା ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

About The Author: The Sakala