ଭୁବନେଶ୍ବର : ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇପିଏସ ଅଫିସର ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୦୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ ନାୟକଙ୍କୁ ଏଚ୍ଆର୍ପିସି ଡିଆଇଜି ଭାବେ ନିଯୁକ୍ତ କରାଯାଇଛି ।
ସେହିପରି କଟକ ଏସପି ଥିବା ଯୁଗଳ କିଶୋର ବାନୋଥଙ୍କୁ ଆଡିସନାଲ ଆଇଜି ହେଡକ୍ୱାଟର୍ସ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ହେଡକ୍ୱାଟର୍ସ ଏସପି ଥିବା ରାହୁଲ ଜୈନଙ୍କୁ ନୟାଗଡ଼ ଏସ୍ପି ଭାବେ ବଦଳି କରାଯାଇଛି । ସେହିଭଳି ମିହିର କୁମାର ପଣ୍ଡାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି ।