ବୋରଓ୍ବେଲରେ ନବଜାତକ….କିଏ ସେ ନିର୍ଦ୍ଦୟୀ? ହଜିଗଲାଣି କି ମଣିଷର ମାନବିକତା…

ସମ୍ବଲପୁର: କିଏ ସେ ନିର୍ଦ୍ଦୟୀ, କିଏ ସେ ଅମାନୁଷିକ ? ଯିଏ ନବଜାତକକୁ ଫିଙ୍ଗିଦେଲା ବୋରଓ୍ବେଲ ଭିତରେ ? ନିଷ୍ପାପ ଶିଶୁକୁ ଏତେ ବଡ ଗାତ ଭିତରକୁ ପକାଇବାକୁ ତା’ର ହାତ ଗଲା କିପରି ? ଆଲୁଅକୁ ଦେଖୁ ଦେଖୁ ବୋରଓ୍ବେଲର ଅନ୍ଧାର ଗାତକୁ କିଏ ଠେଲିଦେଲା ? ଶିଶୁଟିକୁ ବୋରଓ୍ବେଲରେ କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଏଭଳି କାଣ୍ଡକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । କିନ୍ତୁ କିଏ ଏଭଳି […]

ସମ୍ବଲପୁର: କିଏ ସେ ନିର୍ଦ୍ଦୟୀ, କିଏ ସେ ଅମାନୁଷିକ ? ଯିଏ ନବଜାତକକୁ ଫିଙ୍ଗିଦେଲା ବୋରଓ୍ବେଲ ଭିତରେ ? ନିଷ୍ପାପ ଶିଶୁକୁ ଏତେ ବଡ ଗାତ ଭିତରକୁ ପକାଇବାକୁ ତା’ର ହାତ ଗଲା କିପରି ? ଆଲୁଅକୁ ଦେଖୁ ଦେଖୁ ବୋରଓ୍ବେଲର ଅନ୍ଧାର ଗାତକୁ କିଏ ଠେଲିଦେଲା ? ଶିଶୁଟିକୁ ବୋରଓ୍ବେଲରେ କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଏଭଳି କାଣ୍ଡକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । କିନ୍ତୁ କିଏ ଏଭଳି ପଶୁ ଭଳି କାମ କରିଛି ତାହା ଏବେ ବି ଅସ୍ପଷ୍ଟ ରହିଛି । ହେଲେ ଏଭଳି ପଶୁଭଳି କାମ ମଣିଷର ମାନବିକତା ଉପରେ ପ୍ରଶ୍ନ ଉଠାଇଛି ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିରହିଛି । କଅଁଳ ଶିଶୁଟି କଇଁ କଇଁ କାନ୍ଦୁଥିବାବେଳେ ଶୁଣିଲା ବେଳକୁ ଛାତି ଫାଟି ପଡ଼ୁଛି । ଯେ କେହି ବି ଏ ଖବର ଶୁଣୁଛି ସେ ସେଠାକୁ ଧାଇଁ ଯାଉଛି । ମାତ୍ର କେଉଁ ରାକ୍ଷସୀ ମାଆ ଏଭଳି ଏକ ନାରକୀୟ କାଣ୍ଡ ଭିଆଇଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ସ୍ଥାନୀୟ ଲୋକ ଏନେଇ ଜାଣିଲା ପରେ ଅଗ୍ନିଶମ ବାହିନୀ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି l ବୋରୱେଲ ଭିତରକୁ ଆକ୍ସିଜେନ ଦିଆ ଯାଉଛି l ସେପଟେ ୩ ଟି ଜେସିବି ସାହାର୍ଯ୍ୟରେ ମାଟି ଖୋଳା ଚାଲିଛି l ଘଟଣାସ୍ଥଳରେ ପୋଲିସ, ଡାକ୍ତର, ଅଗ୍ନିଶମ ଅଧିକାରୀ, ପ୍ରଶାସନିକ ଅଧିକାରୀ ପହଁଚି ଶିଶୁଟିକୁ କିପରି ସୁରକ୍ଷିତ ବାହାର କରିବେ, ସେନେଇ ପ୍ରଚେଷ୍ଟା ଚାଲିଛି l

About The Author: The Sakala