ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ବିଭିନ୍ନ ଜିଲ୍ଲାର ପ୍ରତିନିଧି, ବିଭିନ୍ନ ସମସ୍ୟା ସମ୍ପର୍କରେ କଲେ ଆଲୋଚନା

ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଓ ନବରଙ୍ଗପୁର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ତଥା ଭଦ୍ରକର ପୌର ପରିଷଦର ସଭ୍ୟ। ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ଦଳ। ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ଜଣାଇଛନ୍ତି। ଲୋକଙ୍କ ସାଥିରେ ରହି ଦଳର […]

ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଓ ନବରଙ୍ଗପୁର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ତଥା ଭଦ୍ରକର ପୌର ପରିଷଦର ସଭ୍ୟ। ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ଦଳ। ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ଜଣାଇଛନ୍ତି। ଲୋକଙ୍କ ସାଥିରେ ରହି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ନବୀନ। ପ୍ରତିନିଧି ଦଳରେ ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ପ୍ରଫୁଲ ସାମଲ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ବହୁ ନେତା ଆଲୋଚନା କରିଥିଲେ।

About The Author: The Sakala