ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୩ନଂ ଖୁଆଡ଼ରେ ରହୁଥିବା ମହାବଳ ନାଲି ବାଘୁଣୀ ସାରାର ଆଜି ମୃତ୍ୟୁ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥବାବେଳେ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଥିଲା । ୧୯ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛି ।
ସୂଚନା ଅନୁଯାୟୀ, ଅପ୍ରେଲ ୧୮ ତାରିଖ ୨୦୦୬ମସିହାରେ ଭୋପାଳ ଚିଡିଆଖାନାରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା । ମହାବଳ ବାଘ ରିଷି ଓ ସାରା ମିଳନରୁ ଜାନୁଆରୀ ୧୩ତାରିଖ ୨୦୧୨ରେ ସାରା ୩ଟି ଶାବକ ଜନ୍ମ ଦେଇଥିଲା । ଏମାନଙ୍କ ନାଁ ଆଶା, ଅଙ୍କିତା, ଶୁଭଶ୍ରୀ ରଖାଯାଇଥିଲା । ଆଶା ବାଘୁଣୀ ଶାବକକୁ ନନ୍ଦନକାନନରୁ ହାଇଦ୍ରାବାଦ ଚିଡ଼ିଆ ଖାନାକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ପଠାଯାଇଛି। ବାଘ ମାନଙ୍କ ସଂଖ୍ୟା ଏବେ ୨୪ କୁ ଖସିଛି ବୋଲି କର୍ତ୍ତୃ ପକ୍ଷ ସୂଚନା ଦେଇଛନ୍ତି।