ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୁନିଗୁଡ଼ା: ମୁନିଗୁଡ଼ା ଅମ୍ବାଦଳା ଥାନା ଷ୍ଟେସନ କୁମୁଡ଼ାବାଲି ଗାଁରେ ଘଟିଛି ଅଭାନିୟ ଘଟଣା। ନିଜ ଘର ଭିତରୁ ବୃଦ୍ଧାଙ୍କ ଅଧା ପୋଡ଼ା ମୃତ ଦେହ ଉଦ୍ଧାର କରିଛି ଅମ୍ବଦଳା ପୋଲିସ। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି। ତାଙ୍କ ପରିବାର ରେ କେହି ନଥିବା ବେଳେ ସେ ଏକୁଟିଆ ଘରେ ରହୁଥିଲେ। ଘଟଣା ସ୍ଥଳରେ ଅମ୍ବଦଳା ପୋଲିସ, ବିଷମ କଟକ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ। ତେବେ କେଉଁ ପରିସ୍ଥିତିର ନିଆଁ ଲାଗିଲା ଓ କିପରି ବୃଦ୍ଧା ଜଣକ ପୋଡ଼ି ହୋଇ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି।

About The Author: Madhusudan Das