କଟକ: କଟକ ବଡ଼ ମେଡିକାଲରେ ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଞ୍ଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି । ଯାହାଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍ ବା ଏଚ୍ଏଲ୍ଏ ଅନ୍ୟର ଏଚଏଲଏ ସହ ପ୍ରାୟ ୯୦ ପ୍ରତିଶତ ମେଳ ଖାଉଥିବ ସେକ୍ଷେତ୍ରରେ ହିଁ ପ୍ରତିରୋପଣ ସମ୍ଭବ । ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିବା ବେଳେ ଏପରି ପ୍ରତିରୋପଣ କରାଯାଇଥିଲା । ପ୍ରତିରୋପଣ ପରେ ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି ।
କଟକ ଏସସିବି ମେଡିକାଲରେ ସଫଳ ହେଲା ବିରଳ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ
କଟକ: କଟକ ବଡ଼ ମେଡିକାଲରେ ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଞ୍ଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି । ଯାହାଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍ […]