୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୮ରୁ ପୁଣି ରାଜ୍ୟରେ ବଢିବ ବର୍ଷା l ଆସନ୍ତା ୧୦ କିମ୍ବା ୧୧ ବେଳକୁ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ଘନିଭୂତ ହୋଇ ୧୩ କିମ୍ବା ୧୪ ବେଳକୁ ଆଉ ଏକ ଲଘୁଚାପ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ସେଭଳି ବର୍ଷା ନଥିବା ବେଳେ କିଛି ସ୍ଥାନରେ ଅପରାହ୍ନରୁ ରାତି ସମୟରେ ହାଲକା ରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି l କିନ୍ତୁ ଆସନ୍ତା ୭ ତାରିଖ ଯାଏ ପ୍ରବଳ ବର୍ଷା ନେଇ କୌଣସି ୱାର୍ଣିଂ ଜାରି କରିନି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ଚଳିତ ମୌସୁମୀ ସିଜିନରେ ଜୁନ୍ ୧ରୁ ସେପ୍ଟେମ୍ବର ୪ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ଼ ହୋଇଛି । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦାରେ ୧୨ ମି.ଲି ମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି ।

About The Author: Madhusudan Das