ଲଘୁଚାପ ସକ୍ରିୟ; ୫ରୁ ପୁଣି ବଢ଼ିବ ବର୍ଷା…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ଅବସ୍ଥାରେ ରହିଛି। ଏହା ବର୍ତ୍ତମାନ ଦକ୍ଷିଣ ଆଡ଼କୁ ଦିଗ ପରିବର୍ତ୍ତନ କରୁଛି। ଏଭଳି ସ୍ଥିତିରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଏହି ସ୍ଥିତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଯଦିଓ ୩ ଓ ୪ ତାରିଖ ବର୍ଷାର ପରିମାଣ ସାମାନ୍ୟ କମିବ, ମାତ୍ର ୫ ତାରିଖରୁ ପୁଣି ଥରେ […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ଅବସ୍ଥାରେ ରହିଛି। ଏହା ବର୍ତ୍ତମାନ ଦକ୍ଷିଣ ଆଡ଼କୁ ଦିଗ ପରିବର୍ତ୍ତନ କରୁଛି। ଏଭଳି ସ୍ଥିତିରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଏହି ସ୍ଥିତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଯଦିଓ ୩ ଓ ୪ ତାରିଖ ବର୍ଷାର ପରିମାଣ ସାମାନ୍ୟ କମିବ, ମାତ୍ର ୫ ତାରିଖରୁ ପୁଣି ଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୪ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ବର୍ଷାର ପ୍ରଭାବ ବଢ଼ିପାରେ। ଆସନ୍ତକାଲି ସୋନପୁର, ବରଗଡ଼, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ାରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡ଼ିଛି।

About The Author: The Sakala