ଭାଙ୍ଗୁଛି ମୌସୁମୀର ଅଭିମାନ : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର : ମୌସୁମୀର ଅଭିମାନ ଭାଙ୍ଗୁଛି। କିଛି ଦିନର ବିରତି ପରେ ପୁଣି ଥରେ ସକ୍ରିୟ ହେବାକୁ ମୌସୁମୀ ପାଗ ଭିଡ଼ିଛି। ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି। ବୁଧବାର ସ୍ନାନପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ ବର୍ଷା ହେଉଛି। ଫଳରେ କିଛି ଦିନ ହେବ ଜାରି ରହିଥିବା ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୨ ତାରିଖରେ ମଧ୍ୟ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ସହ ୧୩ରୁ ବର୍ଷାର ପ୍ରଭାବ […]

ଭୁବନେଶ୍ୱର : ମୌସୁମୀର ଅଭିମାନ ଭାଙ୍ଗୁଛି। କିଛି ଦିନର ବିରତି ପରେ ପୁଣି ଥରେ ସକ୍ରିୟ ହେବାକୁ ମୌସୁମୀ ପାଗ ଭିଡ଼ିଛି। ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି। ବୁଧବାର ସ୍ନାନପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ ବର୍ଷା ହେଉଛି। ଫଳରେ କିଛି ଦିନ ହେବ ଜାରି ରହିଥିବା ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୨ ତାରିଖରେ ମଧ୍ୟ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ସହ ୧୩ରୁ ବର୍ଷାର ପ୍ରଭାବ ବୃଦ୍ଧି ହେବା ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିବ ଓ ଏହା ମୌସୁମୀକୁ ପୁଣି ଥରେ ସକ୍ରିୟ କରାଇବା ସହ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ଅଗ୍ରସର ହେବ। ତେଣୁ ରାଜ୍ୟରେ ୧୩ରୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ୧୫-୨୦ ତାରିଖ ମଧ୍ୟରେ ରାଜ୍ୟରେ ବିସ୍ତୃତ ବର୍ଷା ହେବାକୁ ଥିବା ବେଳେ ସମ୍ଭବତଃ ଏହି ସମୟରେ ସାରା ରାଜ୍ୟକୁ ମୌସୁମୀ ଅଗ୍ରସର ହୋଇଯିବ। ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨ ଦିନ ପାଇଁ ସାରା ରାଜ୍ୟକୁ ବର୍ଷା ଜନିତ ଆଲର୍ଟ ଜାରି ହୋଇଛି। ଏହି ସମରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସାଙ୍ଗକୁ କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି।

About The Author: The Sakala