ଟ୍ରକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଡିରେ ନିଆଁ ଲଗାଇଦେଲେ ଲୋକେ

ପିପିଲି : ନିମାପଡା ହରିପୁରରେ ଟ୍ରକ ଦୁର୍ଘଟଣାରେ ଯୁବକ ମୃତ, ଦୁର୍ଘଟଣା ଘଟାଇ ଥିବା ଟ୍ରକରେ ନିଆଁ ଲଗାଇ ଦେଲେ ଲୋକେ ।ପିପିଲି ନିମାପଡା ହରିପୁର ନିକଟସ୍ଥ ଜଇନାବାଦ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ଉତ୍ତେଜନା । ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ପହଁଚି ପରିସ୍ଥିତିକୁ ଆୟତ୍ତ କରିଛି । ଯୁବକ ସ୍ଥାନୀୟ ଖେରାତ ଅଞ୍ଚଳର ପ୍ରଦୀପ ପ୍ରଧାନ 33 ବୋଲି ଜଣାପଡ଼ିଛି । […]

ପିପିଲି : ନିମାପଡା ହରିପୁରରେ ଟ୍ରକ ଦୁର୍ଘଟଣାରେ ଯୁବକ ମୃତ, ଦୁର୍ଘଟଣା ଘଟାଇ ଥିବା ଟ୍ରକରେ ନିଆଁ ଲଗାଇ ଦେଲେ ଲୋକେ ।ପିପିଲି ନିମାପଡା ହରିପୁର ନିକଟସ୍ଥ ଜଇନାବାଦ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ଉତ୍ତେଜନା । ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ପହଁଚି ପରିସ୍ଥିତିକୁ ଆୟତ୍ତ କରିଛି । ଯୁବକ ସ୍ଥାନୀୟ ଖେରାତ ଅଞ୍ଚଳର ପ୍ରଦୀପ ପ୍ରଧାନ 33 ବୋଲି ଜଣାପଡ଼ିଛି ।

ସାଇକେଲରେ ଯାଉଥିବା ସମୟରେ ଟ୍ରକ ଯୁବକଙ୍କୁ ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଏଠାରେ ସ୍ଥାନୀୟ ଲୋକମାନେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇ ଯାଇଥିଲା ବେଳେ ଟ୍ରକଟି ମଦ ଅନ ଲୋଡ଼ କରି ଫେରୁଥିବା ସମୟରେ ଦୁର୍ଘଟଣା ଘଟାଇ ଥିଲା ।

About The Author: The Sakala