ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ନିଖୋଜ ହୋଇଗଲେ ଯୁବକ। ନିଖୋଜ ଯୁବକ ଜଣକ ଯାଜପୁର ଅଞ୍ଚଳର ଶୁଭେନ୍ଦୁ ପ୍ରଧାନ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ଘଟିଛି ଏଭଳି ଅଘଟଣ। ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ନିଖୋଜ ହୋଇଗଲେ ଶୁଭେନ୍ଦୁ। ଜେଟ ସ୍କି ଦ୍ବାରା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଶୁଭେନ୍ଦୁ ଙ୍କ କୌଣସି ପତ୍ତା ମିଳିନାହିଁ।

ସୂଚନା ଅନୁସାରେ, ଆଜି ସକାଳ ସମୟରେ ଶୁଭେନ୍ଦୁ ତାଙ୍କ ସାଙ୍ଗମାନଙ୍କ ସହିତ ପୁରୀ ବୁଲିବାକୁ ଆସି ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ। ଉଚ୍ଚ ଜୁଆର ମାଡ଼ରେ ଶୁଭେନ୍ଦୁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଉପସ୍ଥିତ ଥିବା ସାଙ୍ଗମାନେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ନମିଳିବାରୁ ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ l ଜେଟସ୍କି ଦ୍ୱାରା ଲାଇଫଗାର୍ଡ ମାନେ ସମୁଦ୍ରରେ ଖୋଜାଖୋଜି ଜାରି ରଖିଛନ୍ତି।

About The Author: Madhusudan Das