ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ବ ଘର, ୧୫ ପରିବାର ସର୍ବସ୍ବାନ୍ତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୩୦ ବଖରାରୁ ଉର୍ଦ୍ଧ୍ବ ଘର ଜଳି ଯାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା। ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ଆସବା ପାତ୍ର ସହ ବାଇକ୍ ଜଳିପୋଡି ପାଉଁଶ ହୋଇଯାଇଛି। ଏଥିସହ ୩ଟି ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ  ଗ୍ରାମବାସୀ ଆୟତ୍ତ କରିଥିବାବେଳେ ୧୫ […]

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୩୦ ବଖରାରୁ ଉର୍ଦ୍ଧ୍ବ ଘର ଜଳି ଯାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା।

ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ଆସବା ପାତ୍ର ସହ ବାଇକ୍ ଜଳିପୋଡି ପାଉଁଶ ହୋଇଯାଇଛି। ଏଥିସହ ୩ଟି ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ  ଗ୍ରାମବାସୀ ଆୟତ୍ତ କରିଥିବାବେଳେ ୧୫ ଜଣ ପରିବାରଙ୍କ ସମ୍ପୂର୍ଣ୍ଣ ଘର ପୋଡି ପାଉଁଶ ହୋଇଯାଇଛି। ୫ଟି ବାଇକ୍ ସହ ୧୦୦ କୁଇଣ୍ଟାଲ ଧାନ ମଧ୍ୟ ପୋଡ଼ି ଯାଇଛି ବୋଲି ଅଭିଯୋଗ ହୋଇଛି।

About The Author: The Sakala