ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ପୁରୀରେ ବିମାନ ବନ୍ଦର ପାଇଁ ସର୍ଭେ

ପୁରୀ: ପୁରୀରେ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।  ଏହାପରେ ଆଜି ପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଛି। ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ଗୁରୁବାର ସର୍ଭେ କରିଛନ୍ତି। ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ବୁଲି ଦେଖିଛନ୍ତି। ଏହାସହ ବାଲୁଖଣ୍ତ ଅଞ୍ଚଳର […]

ପୁରୀ: ପୁରୀରେ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।  ଏହାପରେ ଆଜି ପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଛି। ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ଗୁରୁବାର ସର୍ଭେ କରିଛନ୍ତି। ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ବୁଲି ଦେଖିଛନ୍ତି। ଏହାସହ ବାଲୁଖଣ୍ତ ଅଞ୍ଚଳର ଦୁଇଟି ଜାଗା ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ଏହି ବୈଷୟିକ ଟିମ ସହ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ। ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଛନ୍ତି ଏହି ବୈଷୟ ଟିମ । ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ ଜିଲ୍ଲା ପ୍ରଶାସନର ପ୍ରସ୍ତାବିତ ଜମିର ସମୀକ୍ଷା କରିବେ ସମୀକ୍ଷା। ସନ୍ଧ୍ୟାରେ ଜିଲ୍ଲା ପ୍ରଶାନ ସହ ବୈଷୟିକ ଟିମ ସ୍ବତନ୍ତ୍ର ଭାବେ ଆଲୋଚନା କରିବେ। ପୁରୀରେ ବିମାନବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ବିମାନବନ୍ଦରର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।

About The Author: The Sakala