ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ୍ ମନା

ପୁରୀ: ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ବିଶେଷ କାର୍ଯ୍ଯରେ ନିୟୋଜିତ ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି। ଏନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି। । ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ମାଳମାଳ ସ୍ମାର୍ଟ ଫୋନ ପ୍ରବେଶକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସ୍ମାର୍ଟ ଫୋନର ବ୍ୟବହାର ଯୋଗୁଁ ପୁଲିସ କର୍ମୀମାନେ ଡ୍ୟୁଟିରେ ଖିଲାପ […]

ପୁରୀ: ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ବିଶେଷ କାର୍ଯ୍ଯରେ ନିୟୋଜିତ ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି। ଏନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି। । ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ମାଳମାଳ ସ୍ମାର୍ଟ ଫୋନ ପ୍ରବେଶକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସ୍ମାର୍ଟ ଫୋନର ବ୍ୟବହାର ଯୋଗୁଁ ପୁଲିସ କର୍ମୀମାନେ ଡ୍ୟୁଟିରେ ଖିଲାପ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ପୁରୀ ଏସପିଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ଭିତରେ କାର୍ଯ୍ଯରତ ପୁଲିସ କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିଛି।

About The Author: The Sakala