ପୁରୀ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି । ଏପ୍ରିଲ ୮, ୯ ଓ ୧୦ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି କାର୍ଯ୍ୟ ହେବ । ଗଣତମଣତି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ୱା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ଗୁରୁତ୍ବ ଦିଆଯିବ । ଏହା ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ମନ୍ତ୍ରୀ କହିଛନ୍ତି କି, ରଥଯାତ୍ରା ପାଇଁ ୬ ମାସ ଆଗରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ତାପରେ ଭିତର ରତ୍ନ ଭଣ୍ଡାର ଗଣତିମଣତି ହେବ । ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିବ । ସେହିପରି ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥର ରଥଯାତ୍ରାକୁ ସୁରୁଖୁରରେ କରିବାକୁ ୬ ମାସ ଆଗରୁ ପ୍ରସ୍ତୁତି ବୈଠକ ବସିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି। ବଡ଼ଦାଣ୍ଡକୁ ଯେପରି ଅଧିକ ଗାଡ଼ି ପ୍ରବେଶ ନକରିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି। ରଥଦାଣ୍ଡକୁ ସଂଲଗ୍ନ ରାସ୍ତା ଗୁଡ଼ିକର ପ୍ରସସ୍ତିକରଣ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି।