ଇଏ ଏମିତି ଜଣେ ସାବିତ୍ରୀ, ଯାହାର ନିଆରା କାହାଣୀ

ଅସ୍ତରଙ୍ଗ: ସାବିତ୍ରୀ ବ୍ରତ ପ୍ରତ୍ୟକ ଓଡିଆ ସଧବା ମହିଳା ମାନଙ୍କ ପାଇଁ  ଏହି ଦିନଟି ବେଶ ନିଆରା । ସଭିଙ୍କ ମୁହଁରେ ଖୁସି ଆଉ ହାତରେ ଥାଏ ପୂଜା ଥାଳି ସମସ୍ତେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ କରନ୍ତି ଆଉ ବ୍ରତ ପୂଜା କରନ୍ତି କିନ୍ତୁ ଆଜି ଆମେ ଏମିତି ଜଣେ  ସାବିତ୍ରୀର କରୁଣ କାହାଣୀ ଉପରେ ନଜର ପକେଇବା। ଅସ୍ତରଙ୍ଗ ବ୍ଲକ ଅଠତିରା ଗ୍ରାମର ବିଜୟ ସ୍ୱାଇଁ, ଯିଏ ଜନ୍ମରୁ ଦିବ୍ୟାଙ୍ଗ, […]

ଅସ୍ତରଙ୍ଗ: ସାବିତ୍ରୀ ବ୍ରତ ପ୍ରତ୍ୟକ ଓଡିଆ ସଧବା ମହିଳା ମାନଙ୍କ ପାଇଁ  ଏହି ଦିନଟି ବେଶ ନିଆରା । ସଭିଙ୍କ ମୁହଁରେ ଖୁସି ଆଉ ହାତରେ ଥାଏ ପୂଜା ଥାଳି ସମସ୍ତେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ କରନ୍ତି ଆଉ ବ୍ରତ ପୂଜା କରନ୍ତି କିନ୍ତୁ ଆଜି ଆମେ ଏମିତି ଜଣେ  ସାବିତ୍ରୀର କରୁଣ କାହାଣୀ ଉପରେ ନଜର ପକେଇବା। ଅସ୍ତରଙ୍ଗ ବ୍ଲକ ଅଠତିରା ଗ୍ରାମର ବିଜୟ ସ୍ୱାଇଁ, ଯିଏ ଜନ୍ମରୁ ଦିବ୍ୟାଙ୍ଗ, ଆଜି କାଲି ଦୁନିଆରେ ଗୋଟେ ପୁରୁଷ ବିବାହ କରିବାକୁ ଗଲେ, ଝିଅର ପରିବାର ଖୋଜୁଛନ୍ତି ସରକାରୀ ଚାକିରିଆ, ଇଞ୍ଜିନିୟର, ନଚେତ ବଡ଼ ବ୍ୟବସାୟୀ, କିନ୍ତୁ ଏଭଳି ଏକ ଦିବ୍ୟାଙ୍ଗଙ୍କ ପାଇଁ ବିବାହ କରିବା  ସ୍ବପ୍ନ ଥିବା ବେଳେ ତାଙ୍କ ହାତ ଧରିଛନ୍ତି ସଞ୍ଜୁଲତା ସ୍ୱାଇଁ, ଯିଏ ଆଜି ଦିବ୍ୟାଙ୍ଗ ସ୍ୱାମୀଙ୍କ ପାଇଁ ସାଜିଛନ୍ତି ଦେବୀ। ନାରୀ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସଞ୍ଜୁଲତା, ଦିବ୍ୟାଙ୍ଗ ସ୍ୱାମୀଙ୍କୁ ନେଇ ପରିବାର ଆଗକୁ ନେଉଛନ୍ତି ହେଲେ କେବେ ଦୁଃଖ ପ୍ରକାଶ କରିନାହାନ୍ତି କି ଜୀବନ ଯୁଧ୍ୟରେ ହାର ମାନି ନାହାନ୍ତି ସଞ୍ଜୁଲତା, ଯିଏ ପ୍ରତ୍ୟେକ ଦିନ ନିଜ ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସାହାରା।
ସ୍ୱାମୀଙ୍କୁ ଖୁଆଇଦେବା, ଗାଧେଇ ଦେବା, ନେବା ଆଣିବା କରିବା ପ୍ରତ୍ୟେକ କାର୍ଯ୍ୟରେ ସେ ନିଜ ସ୍ୱାମୀଙ୍କ ହାତ ଛାଡି ନାହାନ୍ତି, ଆଖପାଖ ପଡିଶା ଘର ମହିଳା ମାନେ ସଂଜୁଙ୍କ ଏଭଳି ନିଷ୍ଠାପର ପତି ସେବା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଅନେକ ଘଟଣା ଘଟିଚି ଏଭଳି ଅବସ୍ଥାରେ କିଛି ନାରୀ ସ୍ୱାମୀଙ୍କୁ ଛାଡି ଅନ୍ୟ ଆଡ଼େ ପଳାଉଛନ୍ତି କିନ୍ତୁ ଏଠି ସଂଜୁ ସାଜିଛନ୍ତି ସେମାନଙ୍କ ପାଇଁ ବାସ୍ତବ ଉଦାହରଣ, ପ୍ରକୃତ ସାବିତ୍ରୀର ପରିଚୟ ସୃଷ୍ଟି କରିଛନ୍ତି ସଞ୍ଜୁଲତା, ସରକାରୀ ସାହାଯ୍ୟ କହିଲେ କେବଳ ଦିବ୍ୟାଙ୍ଗ ଭତ୍ତା, ଆଉ ଆର୍ଥିକ ସମସ୍ୟା ଭିତରେ ନିଜ ଦାମ୍ପତ୍ୟ ଜୀବନକୁ ଏହିଭଳି ନିର୍ବାହ କରୁଛନ୍ତି ଏହି ଦମ୍ପତି।

About The Author: The Sakala