ବାହୁଡା ଓ ସୁନାବେଶ ପାଇଁ ପୁରୀ ଆସୁଥିଲେ ଜାଣନ୍ତୁ କେଉଁ ରୁଟ୍‌ରେ ଆସି, କେଉଁଠି କରିବେ ଗାଡ଼ି ପାର୍କିଂ…

ପୁରୀ : ଶନିବାର ବାହୁଡା ଓ ଏହା ପରଦିନ ଅର୍ଥାତ୍‌ ରବିବାର ସୁନାବେଶ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି। ତେବେ ଭିଡ଼ରେ ଯାନବାହନ ଚଳାଚଳ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଏହାକୁ ନଜରରେ ରଖି ପୁଲିସ ବାହୁଡ଼ା ଓ ସୁନାବେଶ ପାଇଁ ଟ୍ରାଫିକ ଆଡଭାଇଜରୀ ଜାରି କରିଛି। ଭୁବନେଶ୍ୱର, କୋଣାର୍କ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ବିଭିନ୍ନ ଗାଡ଼ି (ଆନ୍ତଃରାଜ୍ୟ ଓ ରିଜର୍ଭ ବସ୍‌, ଯାତ୍ରୀବାହୀ ବସ୍‌, ହାଲକା ଯାନ ଏବଂ ଦୁଇଚକିଆ) […]

ପୁରୀ : ଶନିବାର ବାହୁଡା ଓ ଏହା ପରଦିନ ଅର୍ଥାତ୍‌ ରବିବାର ସୁନାବେଶ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି। ତେବେ ଭିଡ଼ରେ ଯାନବାହନ ଚଳାଚଳ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଏହାକୁ ନଜରରେ ରଖି ପୁଲିସ ବାହୁଡ଼ା ଓ ସୁନାବେଶ ପାଇଁ ଟ୍ରାଫିକ ଆଡଭାଇଜରୀ ଜାରି କରିଛି। ଭୁବନେଶ୍ୱର, କୋଣାର୍କ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ବିଭିନ୍ନ ଗାଡ଼ି (ଆନ୍ତଃରାଜ୍ୟ ଓ ରିଜର୍ଭ ବସ୍‌, ଯାତ୍ରୀବାହୀ ବସ୍‌, ହାଲକା ଯାନ ଏବଂ ଦୁଇଚକିଆ) କେଉଁ ରୁଟ୍‌ ଦେଇ କେଉଁଠି ପାର୍କିଂ କରିବେ ସେ ନେଇ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ କରାଯାଇଛି।

ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍‌ଗୁଡିକ ମାଳତିପାଟପୁର ବସ୍‌ଷ୍ଟାଣ୍ଡରେ ରହଣି କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍‌ ଫ୍ଲୋରିସ ଇଣ୍ଡିଆଠାରେ ରହିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍‌ଗୁଡିକ ସ୍ୱାମୀ ନାରାୟଣ ମନ୍ଦିରଠାରେ ରହଣି କରିବେ। ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍‌ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେଶନ ଛକ ଦେଇ ତାଳବଣିଆ ବସ୍‌ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ପୁଣି ସେଠାରୁ ଗ୍ରୀଡ ଷ୍ଟେଶନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍‌ ମଙ୍ଗଳାଘାଟ ଛକ, ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେଶନ ଛକ ଦେଇ ତାଳବଣିଆ ବସ୍‌ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ। ପୁଣି ସେଠାରୁ ଗ୍ରୀଡ ଷ୍ଟେଶନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକଠାରୁ ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍‌ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେଶନ ଛକ ଦେଇ ତାଳବଣିଆ ବସ୍‌ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ। ପୁଣି ସେଠାରୁ ସମାନ ବାଟ ଦେଇ ପ୍ରସ୍ଥାନ କରିବେ।

ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେଶନ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇଣ୍ଡୋର ଷ୍ଟାଡିୟମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାରଠାରେ କ୍ରମାନ୍ୱୟରେ ନିଜ ନିଜର ଯାନଗୁଡିକୁ ରଖିବେ। ପୁଣି ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେଶନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମଙ୍ଗଳାଘାଟ ଛକଠାରୁ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଯିବେ ଓ ସେଠାରେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳରେ ନିଜ ନିଜର ଯାନଗୁଡିକୁ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେଶନ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାରଠାରେ କ୍ରମାନ୍ୱୟରେ ନିଜ ନିଜର ଯାନଗୁଡିକୁ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।

ଭୁବନେଶ୍ୱର କିମ୍ବା ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମଙ୍ଗଳାଘାଟ ଛକଠାରୁ ମଶାଣିଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ। ଜଗନ୍ନାଥ ବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡିଆଠାରେ ନିଜ ନିଜର ଯାନଗୁଡିକୁ ରଖିବେ। ମାଟିତୋଟା ଖେଳ ପଡିଆ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଙ୍ଗଳାଘାଟ ଛକଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍‌ ପଡିଆଠାରେ ନିଜ ନିଜର ଯାନ ରଖିବେ। ଜଗନ୍ନାଥ ବଲ୍ଲଭଠାରେ ରଖିଥିବା ଯାନ ଗୁଡିକ ନରେନ୍ଦ୍ର କୋଣ, ଜଟିଆ ବାବାଜୀ ଛକ, କୁମ୍ଭାରପଡା ଥାନା, ଅଠରନଳା ଓ ବାଟଗାଁ ଛକ ଦେଇ ଭୁବନେଶ୍ୱର କିମ୍ବା ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେଶନ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକଠାରେ ନିଜ ନିଜର ଯାନଗୁଡିକୁ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।

About The Author: The Sakala