କୃଷ୍ଣପ୍ରସାଦ : ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାତାମାଟି ଗାଁରେ ୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ “ମା ପାଇଁ ଗଛ ଟିଏ ” ଅଭିଯାନ ଆରମ୍ଭ କରାଯାଇଛି। ବାବୁଲି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଚିଲିକା ନୂଆପଡା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ବନପାଳ ରଶ୍ମି ରଞ୍ଜନ ନାୟକ, ବନପାଳ ଗୌରାଙ୍ଗ ପ୍ରଧାନ, ବନରକ୍ଷୀ ଅନିଲ ସାହୁ, ବନରକ୍ଷୀ ଲକ୍ଷ୍ମଣ ବେହେରା,ଯୁବ ରାଜନୀତିଜ୍ଞ ଦୁଷ୍ମନ୍ତ ନାୟକ, ପ୍ରକୃତି ମିତ୍ର ପୁରସ୍କୃତ ତଥା ଗ୍ରୀନ ପାରିକୁଦର ମୁଖ୍ୟ ଅମିତା ତରେଇ, ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ମୀନାରାଣୀ ସାହୁ, ବାହୁଡା଼ ପଲେଇ ପ୍ରମୁଖ ଯୋଗଦେଇଥିଲେ।
ଯୁବ ରାଜନୀତିଜ୍ଞ ଦୁଷ୍ମନ୍ତ ନାୟକ କହିଥିଲେ ଆମେ ଶପଥ ନେବା ପ୍ରତିବର୍ଷ ଏକ ହଜାର ବୃକ୍ଷ ରୋପଣ କରିବା, ପ୍ରକୃତିପ୍ରେମୀ ପ୍ରକୃତିମିତ୍ର ପୁରସ୍କାର ପାଇଥିବା ଅମିତା ତରେଇ ମା ପାଇଁ ଗଛ ଟିଏ ଅଭିଯାନକୁ ପ୍ରଶଂସା କରିଥିଲେ। ପ୍ରତିଦିନ ବୃକ୍ଷ ରୋପଣ କରିବା ପାଇଁ ପ୍ରବର୍ତ୍ତାଇବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ବୃକ୍ଷର ଦାନକୁ ଆମେ ବୁଝିବା ଆବଶ୍ୟକ। ରେଞ୍ଜର ପୂର୍ଣ୍ଣଚନ୍ଦ୍ର ପୂର୍ଣ୍ଣଚନ୍ଦ୍ର ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ବୃକ୍ଷର ଉପକାରୀତା ଉପରେ ସଚେତନତା କରିଥିଲେ। ଗ୍ରାମର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି।
ସେହିଭଳି ସ୍ବର୍ଗତ ପରୀକ୍ଷିତ ନାୟକ, ସ୍ବର୍ଗତ ବାଉରୀ ବନ୍ଧୁ ନାୟକଙ୍କୁ ମରଣତ୍ତୋର ପୁରସ୍କାର ପ୍ରଦାନ କରାଯାଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ନାଥ ପଲେଇ, ପ୍ରାଣନାଥ ପଲେଇଙ୍କ ପ୍ରଚେଷ୍ଟାରେ ମଣିବାବା ସ୍ୱୟଂ ସହାୟକ, ମା ପାଦୁକାଇ, ସାଇବାବା, ମା ସାରଳା, ବାବା ଜଗତେଶ୍ୱର, ମା ସନ୍ତୋଷୀ, ଜୟ ମା ଲଷ୍ମୀ ଆଦି ୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଗ୍ରାମର ଚତୁର୍ପାଶ୍ୱରେ ୧୦୦୦ ତକ୍ଷଳ ଗଛ ଚାରା ରୋପଣ କରାଯାଇଥିଲା। ଏଥି ସହିତ ବିଭିନ୍ନ ପ୍ରକାରର ଗଛ ଚାରା ବଣ୍ଟନ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀର ଏହି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ବାବୁଲି ନାୟକ ମଞ୍ଚାସିନ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ।