ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ପଞ୍ଚାୟତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଆରମ୍ଭ ହୋଇଛି। ଏହାକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରକାଶ କୁମାର ଜେନା ଉଦଘାଟିତ କରିଥିଲେ। ଏଥିରେ ୫୦ ଜଣ ବାଳିକା ଏବଂ ୫୦ ଜଣ ବାଳକ ଶିବିରରେ ଭାଗ ନେଇଛନ୍ତି। ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନା ସ୍ବେଛlସେବୀ ମାନଙ୍କୁ ସମାଜ ସେବା ସମ୍ପର୍କ ରେ ପ୍ରେରଣା ଦେଇଥିଲେ। ଏହି ଶିବିର ୭ ଦିନ ଯାଏଁ ଚାଲିବା ଜଣାଯାଇଛି। ଏଥିରେ ସମାଜ ସେବା, ସ୍ୱଛତା, ବୃକ୍ଷ ରୋପଣ, ଜଳଦାନ ଉପରେ ତାଲିମ ଦିଆଯାଇଛି। ଶିବିର ରେ ଯୋଗ ଦେଇଥିବା ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଏଥିସହ ଜନସାଧାରଣ ମାନଙ୍କୁ ସଚେତନତା କରାଯାଉଛି। ଏହି ଶିବିର କୁ ବାଳକ ବିଭାଗ ଯୋଜନା ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ ଏବଂ ବାଳିକା ବିଭାଗ ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ପରିଚାଳନା କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ।