କୃଷ୍ଣପ୍ରସାଦ : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ (୨୦୨୪-୨୫)ଶିକ୍ଷା ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଥିଲା । ତନ୍ମଧ୍ୟରୁ ଜଣେ ମାତ୍ର କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଜନତା ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସାନବସନ୍ତପୁର ପ୍ରାଥମିକ ବିଦ୍ୟାଳୟ ଗମ୍ଭାରୀ ସହକାରୀ ଶିକ୍ଷୟତ୍ରୀ ରୋଷାଲୀନ ରଣଜିତ ସିଂହ ଗୁରୁ ଦିବସ ଦିନ ପୁରୀ ଜିଲ୍ଲାର ସଦଭାବନା ଗୃହ ଠାରେ ଆୟୋଜନ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କାର ଗ୍ରହଣ କରିଛନ୍ତି ।
ସେ ଦୀର୍ଘ ବର୍ଷ ଧରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକରେ ଶିକ୍ଷା ଦାନ କରି ଆସୁଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିବା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଉପ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମର୍ଥ ତାଙ୍କର ଆଗାମୀ କର୍ମମୟ ଜୀବନ ସୁଖମୟ ହେବାର କାମନା କରିଛନ୍ତି । ସାତପଡ଼ା ମଣ୍ଡଳ ବିଜେପି ସଭାପତି ପ୍ରଦୀପ୍ତ କୁମାର ବେହେରା, ଗମ୍ଭାରୀ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ପରିଡ଼ା, ବ୍ଲକ ଶିକ୍ଷା ଅଧିକାରୀ ଆଲୋକ କୁମାର ବନ୍ଧ, ଅତିରିକ୍ତ ଶିକ୍ଷା ଅଧିକାରୀ ବଳଭଦ୍ର ସାହୁ, ଜନତା ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦାଶରଥି ଶତପଥୀ ସମେତ ସାନବସନ୍ତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଗ୍ରାମବାସୀ ଶିକ୍ଷୟତ୍ରୀ ରୋଷାଲିନ ରଣଜିତ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।