ଗଜାନନଙ୍କ ପୂଜା ଯୋଗୁଁ ଉତ୍ସବ ମୁଖର କୃଷ୍ଣପ୍ରସାଦ ଅଞ୍ଚଳ

କୃଷ୍ଣପ୍ରସାଦ : ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଉତ୍ସବ କୃଷ୍ଣପ୍ରସାଦ ବ୍ଳକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ପରିସରରେ ପ୍ରଭୁ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି । ବିଭିନ୍ନ ପୂଜା ମଣ୍ଡପରେ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ରଙ୍ଗୀନ ଆଲୋକ ମାଳରେ ପୂଜା ମଣ୍ଡପ ଗୁଡିକ ଝଲସି ଉଠୁଛି । ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ଉତ୍ସବ ଯୋଗୁଁ କୃଷ୍ଣପ୍ରସାଦ […]

କୃଷ୍ଣପ୍ରସାଦ : ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଉତ୍ସବ କୃଷ୍ଣପ୍ରସାଦ ବ୍ଳକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ପରିସରରେ ପ୍ରଭୁ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି । ବିଭିନ୍ନ ପୂଜା ମଣ୍ଡପରେ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ରଙ୍ଗୀନ ଆଲୋକ ମାଳରେ ପୂଜା ମଣ୍ଡପ ଗୁଡିକ ଝଲସି ଉଠୁଛି । ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ଉତ୍ସବ ଯୋଗୁଁ କୃଷ୍ଣପ୍ରସାଦ ବ୍ଳକ ଅଞ୍ଚଳର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡିଛି ।

ତେବେ ଚଳିତ ବର୍ଷ ଠାରୁ ପ୍ରଥମ କରି କୃଷ୍ଣପ୍ରସାଦ ଥାନା ପରିସରରେ ପ୍ରଭୁଙ୍କର ପୂଜା ଉତ୍ସବ ଧୂମଧାମରେ ଆରମ୍ଭ ହୋଇଛି । ଥାନା ଡ଼ିଏସପି ଭାବଗ୍ରାହୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପୂଜା ଉତ୍ସବରେ ସବଇନ୍ସପେକ୍ଟର ସୁଜିତ କୁମାର ସାହୁ, ସବଇନ୍ସପେକ୍ଟର ଚନ୍ଦ୍ରଶେଖର ନାୟକଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ । ପ୍ରାୟତଃ ଶହେରୁ ଉର୍ଦ୍ଧ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିବା ଜଣାପଡିଛି । ସବୁଠି ଉତ୍ସବର ମାହୋଲ ପରିଲକ୍ଷିତ ହୋଇଥିବା ବେଳେ ପାଗ ଅନୁକୂଳ ଥିବାରୁ ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ନିକଟରେ ଜନସାଧାରଣଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆସନ୍ତା ୩ ଦିନ ପରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ । ସେହିଭଳି ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଡିଜେ ସାଉଣ୍ଡ, ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ସବୁଠି ପରିବେଶ ଶାନ୍ତ ଥିବା ସୂଚନା ମିଳିଛି ।

About The Author: The Sakala