କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ପଞ୍ଚାୟତ କଳା ଓ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ହମାରା ବଚପନ ଟ୍ରଷ୍ଟ ଏକ୍ରିକ ପ୍ରକଳ୍ପ ତରଫରୁ ପ୍ରକୃତି ସହ ବନ୍ଧୁତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ୍ରିକ ପ୍ରକଳ୍ପ ଦଳପତି କିରଣବାଳା ଶତପଥୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ପରିସରରେ ଫଳ ଓ ଛାୟା ପ୍ରଦାନ କାରୀ ବୃକ୍ଷ ରୋପଣ କରାଯାଇଥିଲା । ପ୍ରକଳ୍ପର ଜଳବାୟୁ ସାଥୀ ମାନଙ୍କ ଦ୍ୱାରା ବିଭିନ୍ନ ଗଛର ମଞ୍ଜି, ଫୁଲ, ଫଳ ଏବଂ ଝୋଟରେ ନିର୍ମିତ ରାକ୍ଷୀକୁ ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷରେ ବନ୍ଧା ଯାଇଥିଲା ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୁଲ୍ୟ ରତ୍ନ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ଭାବେ ସାତପଡ଼ା ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ,ପ୍ରକଳ୍ପର ଜୀବନ ଜୀବିକା ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ଦିଗରେ ଆଲୋଚନା ହୋଇଥିଲା । ପ୍ରକଳ୍ପର କ୍ଳଷ୍ଟର ସଂଯୋଜକ ନଳିନୀକାନ୍ତ ବଡ଼ଜେନା, ହରିହର ଦଳାଇ, ତପସ୍ୱିନୀ ଭୋଇ, ପ୍ରତାପ ସେଠୀ, ସୁନୀଲ ଗୌଡ଼, ନିହାର କାନ୍ତ କର ସମେତ ସମସ୍ତ ଜଳବାୟୁ ସାଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।